ଢେଙ୍କାନାଳ: ଏବେ ଗୋଟେ ପରେ ଗୋଟେ ଜିଲ୍ଲାକୁ ମାଡ଼ିଚାଲିଛି ଡାଇରିଆ । ଯାଜପୁରରୁ ଆରମ୍ଭ ହୋଇଥିବା ଏହି ଡାଇରିଆ ଏବେ ବିଭିନ୍ନ ସ୍ଥାନକୁ ବ୍ୟାପିଚାଲିଛି । ଢେଙ୍କାନାଳ ଜିଲ୍ଲା ଭୁବନ ବ୍ଲକରେ ଡାଇରିଆ ସଂକ୍ରମଣ ଶହେରୁ ଉର୍ଦ୍ଧ୍ବ ଚିହ୍ନଟ ହୋଇଥିବାବେଳେ ସେମାନଙ୍କ ମଧ୍ୟରୁ ସାତ ଜଣ ଭୁବନ ମେଡିକାଲରେ ଏବେ ଚିକିତ୍ସିତ ହେଉଛନ୍ତି । ସଂକ୍ରମଣକୁ ଦମନ କରିବା ପାଇଁ ପ୍ରଶାସନ ତରଫରୁ ବ୍ୟାପକ ପଦକ୍ଷେପ ନିଆଯାଇଛି । ଝାଡ଼ାବାନ୍ତିକୁ ନଜର ରଖି ଭୁବନର ବିଭିନ୍ନ ସ୍ଥାନରେ ଚଢ଼ଉ କରାଯାଇଛି । ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ତରଫରୁ ଭୁବନର ବିଭିନ୍ନ ହୋଟେଲରେ ଚଢାଉ କରାଯାଇ ୪ଟି ହୋଟେଲକୁ ସିଲ୍ କରାଯାଇଥିବା ବେଳେ ୩ଟି ହୋଟେଲ ଉପରେ ଫାଇନ୍ ଆଦାୟ କରାଯାଇଛି ।
ଭୁବନ କାଳୀବଜାରସ୍ଥିତ ପଞ୍ଚସଖା, ଦୂର୍ଗାବଜାର ତୃପ୍ତିବାରର ହୋଟେଲ ନୂଆବଜାର ଶ୍ରୀଗଣେଶ ଓ କୈବଲ୍ୟ ସୁଇଟି ଷ୍ଟଲକୁ ଚଢାଉ କରି ଏହାକୁ ସିଲ୍ କରାଯାଇଛି। ସେହିପରି ୩ଟି ହୋଟେଲ ଉପରେ ୧୭ହଜାର ଟଙ୍କା ଜୋରିମନା କରାଯାଇଛି । ଏହି ଚଢାଉରେ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ଅଧିକାରୀଣୀ ଲୋପାମୁଦ୍ରା ନାୟକ, ତହଶିଲଦାର ସୂର୍ଯ୍ୟ ଶଂଙ୍କର ଦାଶ, ଥାନାଧିକାରୀ ଧିରେନ ସ୍ବାଇଁଙ୍କ ସମେତ ଭୁବନ NAC ର କର୍ମଚାରୀ ସାମିଲ ଥିଲେ ।