ପୁରୀ: ବାଲୁକାକଳାରେ ଯୋଗ ଦିବସ ଉପଲକ୍ଷେ ଶୁଭେଚ୍ଛା ଦେଲେ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ । ପୁରୀ ବେଳାଭୂମିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଯୋଗାସନର ଚିତ୍ର ନିର୍ମାଣ କରିବା ସହିତ ଯୋଗର ବିଭିନ୍ନ ମୁଦ୍ରାକୁ ଅତି ସୁନ୍ଦର ଭାବେ ବାଲୁକାକଳାରେ ସ୍ଥାନ ଦେଇଛନ୍ତି । ଏହି ବାଲୁକା କଳା ଦ୍ବାରା ପ୍ରତ୍ୟେକ ଦିନ ଯୋଗ କରି ସୁସ୍ଥ ରହିବାର ବାର୍ତ୍ତା ପ୍ରଦାନ କରିଛନ୍ତି ସୁଦର୍ଶନ ପଟ୍ଟନାୟକ ।
ପ୍ରତିବର୍ଷ ବିଶ୍ୱ ଯୋଗ ଦିବସ ଜୁନ ୨୧ ତାରିଖରେ ପାଳନ କରାଯାଇଥାଏ । ସାରା ଦେଶରେ ଆଜି ୧୧ତମ ଅନ୍ତର୍ଜାତୀୟ ଯୋଗ ଦିବସ ଉତ୍ସାହର ସହିତ ପାଳନ କରାଯାଉଛି। ଚଳିତ ବର୍ଷ, ବିଶ୍ୱ ଯୋଗ ଦିବସର ବିଷୟବସ୍ତୁ ବା ଥିମ୍ ହେଉଛି “Yoga for One Earth, One Health” । ଏହି ବିଷୟବସ୍ତୁ ବ୍ୟକ୍ତିର ଉତ୍ତମ ସ୍ୱାସ୍ଥ୍ୟ ସହ ସାରା ବିଶ୍ୱର ସ୍ୱାସ୍ଥ୍ୟର ସମ୍ପର୍କକୁ ଦର୍ଶାଇଥାଏ ।