ସାଢ଼େ ଚାରିମାସ ବିତିଯାଇଥିଲେ ବି ଏଯାଏଁ ବଦଳିପାରିଲାନି ନୋଟ୍ । ଗତ ମେ ୧୯ ତାରିଖରେ ଆରବିଆଇ ପକ୍ଷରୁ ବ୍ୟାଙ୍କରେ ୨୦୦୦ ଟଙ୍କିଆ ନୋଟ୍ ବଦଳି କରିବା ପାଇଁ ଘୋଷଣା କରାଗଲା । ଶେଷ ତାରିଖ ସେପଟେମ୍ବର ୩୦ ରଖା ଯାଇଥିଲା । ପରେ ପରେ ପୁଣି ତାରିଖ ଅବଧି ବଢ଼ା ଯାଇ ଶେଷ ତାରିଖ ଅକ୍ଟୋବର ୭ ରଖାଗଲା । ତଥାପି ଲୋକେ ନୋଟ ବଦଳାଇ ପାରିଲେନି । ଯାହା ସୂଚନା ରହିଛି ପାଖାପାଖି ସାଢେ ୪ ମାସ ଧରି ନୋଟ ବଦଳାଇବା ସେକ୍ସନ ଫାଙ୍କା ପଡ଼ୁଥିଲା । ଅଳ୍ପ କିଛି ଲୋକ ଆସୁଥିଲେ, ଆଉ ନୋଟ ବଦଳାଇ ଯାଉଥିଲେ ।
କିନ୍ତୁ ଗତ ଦୁଇ ଦିନ ଧରି ଭୁବନେଶ୍ବର ଆରବିଆଇରେ ନୋଟ ବଦଳାଇବାକୁ ଲମ୍ବା ଲାଇନ । କିନ୍ତୁ କାରଣ କଣ କେହି ଜାଣି ପାରୁ ନାହାନ୍ତି । ୧୦ ଟି ୨ହଜାର ଟଙ୍କିଆ ନୋଟ୍ ବଦଳେଇଦେଲେ କାଳେ କାଳେ ୩ ଶହ ଟଙ୍କା ମଜୁରି ମିଳୁଛି କିଛି ବ୍ୟକ୍ତି କହିଛି । ସବୁଠାରୁ ବଡ଼ କଥା ହେଉଛି, ବାହାର ରାଜ୍ୟରୁ ମଧ୍ୟ ଲୋକେ ଆସି ନୋଟ ବଦଳାଉଥିବା ଦେଖିବାକୁ ମିଳିଛି ।
ଏବେ ସାଧାରଣ ମନରେ ପ୍ରଶ୍ନ ଏ ବଦଳାଯାଉଥିବା ନୋଟ ସବୁ କାହାର ? ଆଉ ବଦଳାଉଥିବା ଲୋକଙ୍କୁ ମଜୁରୀ କିଏ ଦଉଛି ?
ସୂଚନା ଅନୁଯାୟୀ ଆଜି ଭୁବନେଶ୍ୱର ଆର ବି ଆଇ ଆଞ୍ଚଳିକ କାର୍ଯ୍ୟାଳୟ ସମ୍ମୁଖରେ ନୋଟ ବଦଳ ପାଇଁ ଲମ୍ବା ଲାଇନରେ ଛିଡ଼ା ହୋଇଛନ୍ତି ଲୋକ । ହେଲେ କିଛି ଏପରି ଲୋକ ବି ଠିଆ ହୋଇଛନ୍ତି ଯେମିତି ଗୁପଚୁପ ବିକାଳି, ଦହିବରା ବିକାଳି, ବେଲୁନ୍ ବିକାଳି ଓ ଦିନ ମଜୁରିଆ ତେଣୁ ସେମାନଙ୍କୁ ଦେଖିଲେ ଲାଗୁନାହିଁ ଯେ ସେମାନଙ୍କର ଆର୍ଥିକ ଅବସ୍ଥା ଏତେ ବି ସ୍ୱଚ୍ଛଳ ଯେ ସେମାନେ ୨୦ ରୁ ୩୦ ହଜାର ଦୁଇହଜାର ଟଙ୍କିଆ ନୋଟ ଆଣି ବଦଳାଉଛନ୍ତି | ତେଣୁ ଏ ବାବଦରେ ଆଶଙ୍କା କରି ଗଣମାଧ୍ୟମର ପ୍ରଶ୍ନରେ କିଛି ବ୍ୟକ୍ତି ଯାହା ଉତ୍ତର ଦେଇଛନ୍ତି ତାହା ଶୁଣି ଆପଣ ଆଶ୍ଚର୍ଯ୍ୟ ହେବେ କାରଣ ସେମାନେ କହିଛନ୍ତି ଯେ '
'ନୋଟ ବଦଳାଇଲେ ଆମକୁ ମିଳିବ ମଜୁରୀ ତାହା ବି ଦିନକୁ ତିନିଶହ ଟଙ୍କା ମୁଁ ଏକ ନୁହେଁ ମୋ ପରିବାର ବି ସାଙ୍ଗରେ ଆସିଛନ୍ତି ନୋଟ ବଦଳାଇବାକୁ । ସକାଳ ୭ ଟାରୁ ଆସିଲୁନି ଟଙ୍କା ବଦଳାଇ ମଜୁରୀ ନେଲେ ଘରେ ରୋଷେଇ ହେବ ତା ପରେ ଖାଇବୁ । ହେଲେ ସେ ଲୋକ କିଏ ପଚାରିଲେ କହୁଛନ୍ତି ଆମେ ଜାଣିନୁ । ଆମ ଉପରେ ସାର ଅଛନ୍ତି ତା ଉପରେ ବଡ଼ ସାର । ୨୦ ହଜାରରେ ମିଳୁଛି ୩୦୦ ଟଙ୍କା । ଆମ ଆଧାର କାର୍ଡ ବି ସେମାନେ ରଖିଛନ୍ତି ଆମେ ଟଙ୍କା ନେଇ ଦେଲେ ସେମାନେ ମଜୁରୀ ଦେବେ ଆଉ ଆଧାର ଫେରେଇବେ ।
ସୂଚନା ଥାଉକି ଆରବିଆଇ ଭୁବନେଶ୍ୱର ଆଞ୍ଚଳିକ କାର୍ଯ୍ୟାଳୟ ନିର୍ଦ୍ଦେଶକ କହିଛନ୍ତି ୨ ହଜାର ଟଙ୍କିଆ ବଦଳ ଓ ଜମା ପାଇଁ ବ୍ୟବସ୍ଥା ଅଛି । ବର୍ତ୍ତମାନ ପ୍ରତିଦିନ ପାଖାପାଖି ୨ କୋଟି ଟଙ୍କାର ୨ ହଜାର ଟଙ୍କିଆ ନୋଟ ବଦଳ ହେବାପାଇଁ ଆସୁଛି । ସେଥିରୁ ପ୍ରାୟ ୯୫ ଭାଗ ବଦଳ ହେଉଛି ଓ ମାତ୍ର ୫% ଜମା ହେଉଛି ।
ତେବେ ଏପରି ଲମ୍ବା ଲାଇନ ଦେଖି ଏବେ ପ୍ରଶ୍ନ ଉଠୁଛି ଆରବିଆଇ ସାମ୍ନାରେ ଟଙ୍କା ବଦଳ ପାଇଁ ଛିଡା ହେଉଥିବା ଏହି ଦିନ ମଜୁରିଆଙ୍କୁ ଟଙ୍କା ଦେଉଛି କିଏ ?କେଉଁମାନେ ଏହି ୨୦ ହଜାର ଟଙ୍କାର ମାଲିକ? ଏହି ମଜୁରିଆଙ୍କୁ ମୋହରା ବନେଇଛି କିଏ ଆଉ ନିଜର କଳା ଧନକୁ ଧଳା ଧନ କରିବା ପାଇଁ ଲୋକଙ୍କୁ କିଏ ବ୍ୟାଙ୍କକୁ ନୋଟ ବଦଳେଇବା ପାଇଁ ପଠାଉଛି ? ଆଉ ଟଙ୍କା ପାଇବା ଲୋଭରେ ଆସି ଏହି ନିରୀହ ବସ୍ତିବାସିନ୍ଦା ଆରବିଆଇ ସାମ୍ନାରେ ଲମ୍ବା ଧାଡିରେ ଆସି ଛିଡା ହେଉଛନ୍ତି । ଯାହାର ତଦନ୍ତ ହେବା ନିହାତି ଦରକାର ।
ଅଧିକ ପଢନ୍ତୁ ;- କାର୍ତ୍ତିକ ମାସ ଆରମ୍ଭରୁ ବଢ଼ିଲାଣି ପରିବା ଦର; କଲବଲ ହେଲେଣି ଖାଉଟି