ଟଙ୍କା ଗଣି ଗଣି ବ୍ୟାଙ୍କ କର୍ମଚାରୀ ହାଲିଆ ହୋଇଗଲେଣି ହେଲେ ଟଙ୍କା ସରିବାର ନାଁ ଧରୁନାହିଁ। ବଲାଙ୍ଗୀରରେ ଜବତ ହୋଇଛି ପୁଳା ପୁଳା ଟଙ୍କା ତେଣୁ ଆଜି ରବିବାର ଛୁଟି ଦିନରେ ମଧ୍ୟ ପୁଣି ଆରମ୍ଭ ହୋଇଛି ଟଙ୍କା ଗଣା। ମୋଟ ୧୭୬ଟି ବ୍ୟାଗ ମଧ୍ୟରୁ ୧୦୬ଟି ବ୍ୟାଗର ଟଙ୍କା ଗଣା ସରିଥିବା ବେଳେ ଆହୁରି ୭୦ଟି ବ୍ୟାଗ୍ ଗଣା ହେବାକୁ ବାକି ରହିଛି। ତେବେ ୪ ଦିନ ଠାରୁ ଚାଲିଥିବା ତାଙ୍କ ଗଣତି ଆଜି ଶେଷ ହେବ ବୋଲି ଆଶା ରଖିଛନ୍ତି ଅଧିକାରୀ। ଟଙ୍କା ଗଣତି ଶେଷ ହେବା ପରେ ମୋଟ କେତେ ଟଙ୍କା ଜବତ ହୋଇଛି ତାହା ଜଣାପଡ଼ିବ ବୋଲି କହିଛନ୍ତି ଆଇଟି ଅଧିକାରୀ।
ସୂଚନା ଅନୁଯାୟୀ , ବଲାଙ୍ଗୀରରେ ଜବତ ହୋଇଛି ପୁଳା ପୁଳା ଟଙ୍କା। ସେହି ଟଙ୍କା ଗଣି ଗଣି ବ୍ୟାଙ୍କ କର୍ମଚାରୀ ହାଲିଆ ହୋଇଗଲେଣି ହେଲେ ଟଙ୍କା ସରିବାର ନା ଉଠୁନି। ବ୍ୟାଙ୍କ କର୍ମଚାରୀମାନେ ୧୦୬ଟି ବ୍ୟାଗର ଟଙ୍କା ଗଣି ସରିଥିବା ବେଳେ ଆହୁରି ୭୦ଟି ବ୍ୟାଗ୍ ଗଣା ହେବାକୁ ବାକି ରହିଛି। ଗତକାଲି ଶନିବାର ଛୁଟି ଦିନରେ ବି ବଲାଙ୍ଗୀର ଏସବିଆଇ ମୁଖ୍ୟ ଶାଖାରେ ଗଣତି ପ୍ରକ୍ରିୟାରେ ଚାଲୁଥିଲା ଏବଂ ଏହି ଗଣତି ପ୍ରକ୍ରିୟାରେ ୫୦ରୁ ଅଧିକ କର୍ମଚାରୀ ମଧ୍ୟ ନିୟୋଜିତ ଥିଲେ। ଏପରି ଆଜି ରବିବାର ହେଲେ ମଧ୍ୟ ପୁଣି ଆରମ୍ଭ ହୋଇଗଲାଣି ଟଙ୍କା ଗଣତି। ବର୍ତ୍ତମାନ ୨୫ଟି ମେସିନରେ ଟଙ୍କା ଗଣା ଯାଉଛି କାଳେ ମେସିନ୍ ଖରାପ ହୋଇଯିବ ସେଥିପାଇଁ ମଧ୍ୟ ଆହୁରି ୧୫ଟି ନୂଆ ମେସିନ ଟଙ୍କା ଗଣତି ପାଇଁ ରଖାଯାଇଛି। ଏପରିକି ମେସିନ୍ ସଜାଡିବା ପାଇଁ ଟେକ୍ନିସିଆନ୍ ମଧ୍ୟ ପ୍ରସ୍ତୁତ ହୋଇ ରହିଛନ୍ତି । ତେବେ କେବେ ସରିବା ଏହି ଟଙ୍କା ଗଣତି ତାହା ଦେଖିବାକୁ ବାକି ରହିଲା। ଝାରଖଡ଼ କଂଗ୍ରେସ ରାଜ୍ୟସଭା ସାଂସଦ ଧୀରଜ ସାହୁଙ୍କ ଏଥିରେ ସମ୍ପୃକ୍ତି ନେଇ ଚର୍ଚ୍ଚା ମଧ୍ୟ ଜୋର ଧରିଛି। କଂଗ୍ରେସ ନେତାଙ୍କ ସମ୍ପୃକ୍ତି ଖବର ଆସିବା ପରେ ଏହାନେଇ ପୋଲିସ ମଧ୍ୟ ତନାଘନା କରୁଛି।
ଅଧିକ ପଢନ୍ତୁ ; ବିଦ୍ୟୁତ ଆଘାତରେ ଚାଲିଗଲା ୨ ଶିଶୁଙ୍କ ଜୀବନ