ଲଗାଣ ବର୍ଷାରେ ବେହାଲ ସ୍ମାର୍ଟ ସିଟି ଭୁବନେଶ୍ୱର । ଆଜି ସକାଳୁ ରାଜଧାନୀର ବିଭିନ୍ନ ଅଚଂଳରେ ତୁହାକୁ ତୁହା ବର୍ଷା ଜାରୀ ରହିଛି । ଭୁବନେଶ୍ୱର,କଟକ,ପୁରୀ,ଯାଜପୁର ଆଦି ଜିଲ୍ଲାରେ ନାହିଁ ନଥିବା ବର୍ଷା ଦେଖିବାକୁ ମିଳୁଛି ।
ଆସନ୍ତା ତିନି ଦିନ ପର୍ଯ୍ୟନ୍ତ ଏପରି ପାରଇପାଗ ରହିବ ବୋଲି ଆଚଂଳିକ ପାଣିପାଗ ବିଭାଗ ପକ୍ଷରୁ ସୁଚନା ଦିଆଯାଇଛି । ପାଣିପାଗ କେନ୍ଦ୍ରର ସୂଚନା ମୁତାବକ, ଆଜି ରାଜ୍ୟର ପୁରୀ, ଖୋର୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, ମାଲକାନଗିରି, କୋରାପୁଟ, ରାୟଗଡ଼ା, କନ୍ଧମାଳ, ବୌଦ୍ଧ, ଅନୁଗୁଳ, ଢେଙ୍କାନାଳ, ସୋନପୁର, ବରଗଡ଼, କଟକ, ଜଗତସିଂହପୁର ଓ କେନ୍ଦ୍ରାପଡ଼ା ଆଦି ଜିଲ୍ଲାର କିଛି କିଛି ସ୍ଥାନରେ ପ୍ରବଳ ବର୍ଷାର ସମ୍ଭାବନାକୁ ନେଇ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି।
ସେହିଭଳି ୭ ତାରିଖ ଦିନ ଲଘୁଚାପ ପ୍ରଭାବରେ ବର୍ଷା ଆରମ୍ଭ ହୋଇଯିବ। ପାଣିପାଗ ବିଶେଷଜ୍ଞ ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି, ଅଗଷ୍ଟର ପ୍ରଥମ ଲଘୁଚାପ ଆଜି ସୃଷ୍ଟି ହେବାକୁ ଯାଉଛି। ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା ଥିବାବେଳେ ଉତ୍ତର ଓଡ଼ିଶାରେ ବହୁତ କମ୍ ବର୍ଷା ହେବାର ସମ୍ଭାବନା ରହିଛି।