କଟକ: ପୁଣି ଭିଜିଲାନ୍ସ ଜାଲରେ ଆଉ ଜଣେ ସରକାରୀ ବାବୁ । କଟକ ଚୌଦ୍ବାର ସିଡିଏମଓର ସିନିୟର୍ ଆସିଷ୍ଟାଣ୍ଟଙ୍କ ଘରେ ଭିଜିଲାନ୍ସ ଚଢାଉ କରିଛି । ଭିଜିଲାନ୍ସ ସ୍କାନର୍ରେ ସିନିୟର୍ ଆସିଷ୍ଟାଣ୍ଟ କିଶୋର କୁମାର ସାହାଣୀ ।
ସାହାଣୀଙ୍କ ପ୍ରଧାନିଆ ଫାର୍ମ ହାଉସ୍, ଘର ଓ ଅଫିସ୍ ସମେତ ୭ଟି ସ୍ଥାନରେ ଭିଜିଲାନ୍ସ ପକ୍ଷରୁ ଚଢାଉ କରାଯାଇଛି । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ୭ ଜଣିଆ ଟିମ୍ର ଚଢାଉ ଜାରି ରହିଛି । କିଶୋର ସାହାଣୀଙ୍କ ନାଁରେ ୧ କୋଟି ୨୪ ଲକ୍ଷ ଟଙ୍କା ହେରଫେର ଅଭିଯୋଗ ହୋଇଛି।
ସିନିୟର୍ ଆସିଷ୍ଟାଣ୍ଟ ସାହାଣୀଙ୍କ କଟକରେ ଥିବା ସମ୍ପର୍କୀୟଙ୍କ ୫ଟି ସ୍ଥାନରେ ଏକକାଳୀନ ଚଢାଉ ଚାଲିଛି। ସାହାଣୀଙ୍କ ଜୋବ୍ରା ନୂଆସାହିସ୍ଥିତ ତିନିମହଲା ବାସଭବନ, ଚୌଦ୍ୱାର ପାଳସିଆସ୍ଥିତ ଅନ୍ୟ ଏକ ଘର ଓ ପୋଲଟ୍ରି ଫାର୍ମ, ସିଡିଏମଓ (CDMO) ଅଫିସ, କଟକସ୍ଥିତ ତାଙ୍କ ଅଫିସ ରୁମ, ତୁଳସୀପୁର, କଟକସ୍ଥିତ ଶ୍ୱଶୁର ଘର, କିଶୋରନଗର, କଟକସ୍ଥିତ ପୈତୃକ ଘରେ ଚଢାଉ ଜାରି ରହିଛି।
ଏହି ମିଳିତ ଚଢାଉରେ ଭିଜିଲାନ୍ସର ୯ ଜଣ ଡିଏସପି, ୧୦ ଜଣ ଇନ୍ସପେକ୍ଟର, ୭ ଜଣ ଏଏସଆଇ ଓ ଅନ୍ୟ ସହାୟକ କର୍ମଚାରୀଙ୍କୁ ନେଇ ଗଠିତ ଟିମ୍ ଏହି ଚଢ଼ାଉ କରୁଛି।