ଜୟପୁର : ଆଜି ୧୨ ଘଣ୍ଟିଆ ବୋରିଗୁମ୍ମା ବନ୍ଦ। କୋରାପୁଟ ଜିଲ୍ଲାର ବୋରିଗୁମ୍ମା କୁ ବିଜ୍ଞାପିତ ଅଞ୍ଚଳ ପରିଷଦ ବା ଏନଏସି କରିବା ଦାବିରେ ଆଜି ୧୨ ଘଣ୍ଟିଆ ବନ୍ଦ ପାଳନ କରାଯାଉଛି। ସକାଳ ୬ଟାରୁ ସନ୍ଧ୍ୟା ୬ଟା ଯାଏ ବନ୍ଦ ପାଳନ ହଉଚି। ୨୬ ଓ ୬୩ ନମ୍ବର ଜାତୀୟ ରାଜପଥ ଅବରୋଧ କରାଯାଇଛି। ବିଭିନ୍ନ ଶିକ୍ଷାନୁଷ୍ଠାନ, ଦୋକାନ ବଜାର ଓ ଗାଡି ଚଳାଚଳ ଠପ୍ ହୋଇଛି। ଜରୁରୀକାଳୀନ ସେବାକୁ ଛାଡିଦେଲେ ବାକି ସବୁ ବନ୍ଦ ରହିଛି।
ସୂଚନା ଅନୁସାରେ,ରାଜ୍ୟର ବିଭିନ୍ନ ଅଞ୍ଚଳକୁ ବିଜ୍ଞାପିତ ଅଞ୍ଚଳ ପରିଷଦ ବା ଏନଏସି କରିବା ଦାବିରେ ବନ୍ଦ ପାଳନ ହେଉଛି। ଏହି କ୍ରମରେ କୋରାପୁଟ ଜିଲ୍ଲାର ବୋରିଗୁମ୍ମାରେ ଆଜି ୧୨ ଘଣ୍ଟିଆ ବନ୍ଦ ପାଳନ କରାଯାଉଛି। ତେବେ ସଜକୁ ସକାଳୁ ଆନ୍ଦୋଳନ କାରୀମାନେ ଆସି ରାଜରସତା ଅବରୋଧ କରିବା ସହ ଯାନବାହାନ ଯାତାୟାତ କରିବାକୁ ଦେଉ ନାହାନ୍ତି ଫଳରେ ଯତାୟାତ ଠପ ହୋଇଛି। ତେବେ ୧୨ ଘଣ୍ଟିଆ ବନ୍ଦ ପାଳନକୁ ଦୃଷ୍ଟିରେ ରଖି ବୋରିଗୁମ୍ମା ପୋଲିସ ପକ୍ଷରୁ ଏକ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି।