କଟକ : ଆରମ୍ଭ ହୋଇଗଲାଣି ପାର୍ବଣ ଋତୁ। ସାଜସଜ୍ଜା ପାଇଁ ପ୍ରସ୍ତୁତି ଆରମ୍ଭ କଲେଣି ଗାଁଠୁ ସହର ସମସ୍ତେ ପ୍ରସ୍ତୁତ। ଚଳିତ ବର୍ଷ ସେପ୍ଟେମ୍ବର ୨୮ ତାରିଖ ଠାରୁ ଦୁର୍ଗାପୂଜା ଆରମ୍ଭ ହେବ। କଟକରେ ପୁଣି ଚମକିମ ମା’ ଦୁର୍ଗାଙ୍କ ଚାନ୍ଦିମେଢ଼। ମନଲୋଭା ମେଢ଼ରେ ମା’ଙ୍କ ପୂଜାର୍ଚ୍ଚନା ହେବ। ଅକ୍ଟୋବର ୩ ତାରିଖରେ ହେବ ଦୁର୍ଗାପୂଜା ଭସାଣୀ ଶୋଭାଯାତ୍ରା କିନ୍ତୁ ପୂଜା ବେଳେ ଶବ୍ଦ ପ୍ରଦୂଷଣ ସୃଷ୍ଟିକାରୀ ବାଜା ଏବଂ ବାଣ ଉପରେ ସମ୍ପୂର୍ଣ କଟକଣା ଲଗାଇବା ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।
ଚଳିତ ବର୍ଷା ପୂଜାରେ କେବଳ ୪ଟି ସାଉଣ୍ଡ ବକ୍ସ ବ୍ୟବହାର ପାଇଁ ଅନୁମତି ମିଳିବ ଏବଂ ରାସ୍ତା ଉପରେ ତୋରଣ ନିର୍ମାଣ ଲାଗି ମନା କରାଯାଇଥିବା ବେଳେ ଇଲେକ୍ଟ୍ରିକ ଗେଟ ନିର୍ମାଣକୁ ସମ୍ପୂର୍ଣ୍ଣ ବାରଣ କରାଯାଇଛି। ତେବେ ପୂଜା ଲାଗି ଗେଟ୍ ନିର୍ମାଣ ପାଇଁ ନିର୍ଦ୍ଧିଷ୍ଟ ସର୍ତ୍ତ ରହିବ। ଆସନ୍ତା ରବିବାର ହେବାକୁ ଥିବା ଦଶହରା ପ୍ରସ୍ତୁତି ବୈଠକରେ କଟକ ଜିଲ୍ଲାପାଳ ଏନେଇ ସମସ୍ତ ପୂଜା କମିଟି ମାନଙ୍କୁ ଅବଗତ କରାଇବେ ବୋଲି ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ତେବେ ଗଣେଶ ପୂଜା ଠାରୁ ବାଲିଯାତ୍ରା ଶେଷ ପର୍ଯ୍ୟନ୍ତ ଏହି ନିର୍ଦ୍ଦେଶ କାର୍ଯ୍ୟକାରୀ ହେବ।