ଲାଞ୍ଚ ନେବା ବେଳେ ବଲାଙ୍ଗୀର ଜିଲ୍ଲା ସଇଁତଳା ରାଜସ୍ୱ ନିରୀକ୍ଷକ ଆଲନ ବେହେରାଙ୍କୁ ଧରିଲା ଓଡ଼ିଶା ଭିଜିଲାନ୍ସ । ଜଣେ ଆବେଦନକାରୀଙ୍କ ଚାଷ ଜମିକୁ ଘରବାରି ଜମିରେ ପରିଣତ କରିବା ପାଇଁ ତଦନ୍ତ ରିପୋର୍ଟ ପ୍ରସ୍ତୁତ କରିବା ସହ ଫାଇଲ୍ ଆଗକୁ ବଢ଼ାଇବା ପାଇଁ ସେ ଲାଞ୍ଚ ଦାବି କରିଥିଲେ।
ଅଭିଯୋଗ ଅନୁସାରେ ଆଲନ ବେହେରା ପ୍ରଥମେ ୬,୦୦୦ ଟଙ୍କା ଦାବି କରିଥିଲେ, କିନ୍ତୁ ପରେ ଏହା ୩,୦୦୦ ଟଙ୍କାକୁ କମିଥିଲା। ସେହି ୩,୦୦୦ ଟଙ୍କା ଲାଞ୍ଚ ନେଉଥିବା ସମୟରେ ଭିଜିଲାନ୍ସ ତାଙ୍କୁ ରଙ୍ଗେ ହାତ କାବୁ କରିବା ସହ ସମ୍ପୂର୍ଣ୍ଣ ଟଙ୍କା ଜବତ କରାଯାଇଛି। ଏହି ଗିରଫଦାରୀ ପରେ ଭିଜିଲାନ୍ସ ଟିମ୍ ପକ୍ଷରୁ ଆଲନ ବେହେରାଙ୍କ ସହ ଜଡ଼ିତ ଦୁଇଟି ସ୍ଥାନରେ ଆୟବହିର୍ଭୂତ ସମ୍ପତ୍ତି ଠୁଳ ସନ୍ଦେହରେ ଭିଜିଲାନ୍ସର ଏକକାଳୀନ ଚଢ଼ାଉ ଜାରି ରହିଛି।