କଟକ: କଟକ ସିଡିଏ ସେକ୍ଟର-୧୦ରେ ଏକ ଗ୍ୟାସ୍ ପାଇପ୍ ଲାଇନ୍ ଫାଟି ଭୟାବହ ଅଗ୍ନିକାଣ୍ଡ ହୋଇଛି । ରାସ୍ତା ଉପରେ ହୁତୁହୁତୁ ହୋଇ ନିଆଁ ଜଳୁଛି । ଖବର ପାଇ ଅଗ୍ନିଶମ ବାହିନୀ ପହଁଚି ନିଆଁକୁ ଆୟତ୍ତ କରିଛନ୍ତି ।
ସେକ୍ଟର- ୧୦ରେ ପିଏନଜି ପାଇପ୍ ଲାଇନରୁ ଗ୍ୟାସ୍ ନିର୍ଗତ ହୋଇ ନିଆଁ ଲାଗିଥିଲା । ଚାହୁଁ ଚାହୁଁ ହୁତୁହୁତୁ ହୋଇ ନିଆଁ ବ୍ୟାପିଥିଲା । ପାଖରେ ମଧ୍ୟ ଏକ ଟ୍ରାନ୍ସଫର୍ମର ରହିଥିବାରୁ ସ୍ଥାନୀୟ ଲୋକେ ଆତଙ୍କିତ ହୋଇପଡ଼ିଥିଲେ । ସେହିପରି ତୋରଣ ଏବଂ ଟ୍ରାକ୍ଟର୍ ମଧ୍ୟ ରହିଥିଲା । ଖବର ପାଇ ଅଗ୍ନିଶମ ବାହିନୀ ପହଁଚି ନିଆଁକୁ ଆୟତ୍ତ କରିଥିଲା । ଗ୍ୟାସ୍ ଲିକ୍ର ପ୍ରକୃତ କାରଣ କ’ଣ ଜଣାପଡ଼ିନଥିଲା ବେଳେ ଯାଞ୍ଚ ଆରମ୍ଭ ହୋଇଛି ।