ପ୍ରକାଶ ପାଇଲା ୟୁପିଏସସି ସିଭିଲ ସର୍ଭିସ ପରୀକ୍ଷା ଫଳ। ଏହି ପରୀକ୍ଷାରେ ଆଦିତ୍ୟ ଶ୍ରୀବାସ୍ତବ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି। ସେହିଭଳି ଓଡ଼ିଆ ପୁଅ ଅନିମେଶ ପ୍ରଧାନ ୟୁପିଏସସି ପରୀକ୍ଷାରେ ଦ୍ୱିତୀୟ ସ୍ଥାନ ଅଧିକାର କରିଛନ୍ତି। ତୃତୀୟ ସ୍ଥାନରେ ରହିଛନ୍ତି ଡି.ଅନନ୍ୟା ରେଡ୍ଡୀ । ଚତୁର୍ଥରେ ସିଦ୍ଧାର୍ଥ ରାମକୁମାର ଥିବା ବେଳେ ପଞ୍ଚମରେ ରୁହାନୀ ରହିଛନ୍ତି। ତେବେ ଏଥର ଶ୍ରେଷ୍ଠ ୧୦ରେ ସ୍ଥାନରେ ୫ ଜଣ ଝିଅ ରହିଛନ୍ତି।
ୟୁପିଏସସି ସିଭିଲ ସର୍ଭିସ ୨୦୨୩ ବର୍ଷ ପାଇଁ ହୋଇଥିବା ପରୀକ୍ଷାରେ ମୋଟ ୧,୦୧୬ ଜଣ ପ୍ରାର୍ଥୀ କୃତକାର୍ଯ୍ୟ ହୋଇଛନ୍ତି । ଓଡ଼ିଶାରୁ ୨୪ ରାଙ୍କ ପ୍ରଜ୍ଞାନନ୍ଦନ ଗିରି ରହିଥିବା ବେଳେ ୩୬ ରାଙ୍କରେ ଆୟୁଷୀ ପ୍ରଧାନ ରହିଛନ୍ତି । ସେହିପରି ୫୨ ରାଙ୍କରେ ଜୟଶ୍ରୀ ପ୍ରଧାନ, ୬୦ ରାଙ୍କରେ ଅଭିମନ୍ୟୁ ମଲ୍ଲିକ, ୧୧୦ ରାଙ୍କରେ ଅମ୍ରିତାଂଶୁ ନାୟକ ରହିଛନ୍ତି। ସେହିପରି ୧୧୫ ରାଙ୍କରେ ଯଶୋବନ୍ତ ମଲ୍ଲିକ, ୧୭୬ ରାଙ୍କରେ ପଦ୍ମନାଭ ମିଶ୍ର, ୨୦୪ ରାଙ୍କ ଶୁଭ୍ରା ପଣ୍ଡା ,୨୮୦ ରାଙ୍କରେ ଅନନ୍ୟା ରଣା, ୩୦୩ ରାଙ୍କରେ ତନିଶା ମିଶ୍ର ଓ ୩୧୯ ରାଙ୍କରେ ରଶ୍ମି ପ୍ରଧାନ ରହିଛନ୍ତି । ୩୪୩ ରାଙ୍କ ବିଶ୍ୱଜିତ ପଣ୍ଡା ରହିଛନ୍ତି । ତେବେ ରେଜଲ୍ଟ ପ୍ରକାଶ ପାଇବା ପରେ ଚାରିଆଡେ ଖୁସିର ବାତାବରଣ ଛାଇ ଯାଇଛି।