ମାଲକାନଗିରି ସିମାରେ ପୋଲିସ ନକ୍ସଲ ମଧ୍ୟରେ ଏନକାଉଣ୍ଟର, ଦୁଇ ହାର୍ଡକୋର ମାଓବାଦୀ ନିହତ
Khabar Odisha:Two-hardcore-Maoists-killed-in-clashes-between-police-Naxals-on-Malkangiri-border
ଛତିଶଗଡ , ଜାନୁଆରୀ ୧୮ (ଖବର ଓଡ଼ିଶା):

ମାଲକାନଗିରି ସିମାନ୍ତ ବିଜାପୁରର ଉସୁର ଅଞ୍ଚଳର ଜଙ୍ଗଲରେ ଗ୍ରେହାଉଣ୍ଡ ଏବଂ ନକ୍ସଲମାନଙ୍କ ମଧ୍ୟରେ ହୋଇଥିବା ଏନକାଉଣ୍ଟରରେ ଦୁଇଜଣ ମାଓବାଦୀଙ୍କ ମୃତ୍ୟୁ ଘଟିଛି। 

ଯବାନମାନେ ଘଟଣାସ୍ଥଳରୁ ଏକ ଏଲଏମଜି ରାଇଫଲ ଜବତ କରିଛନ୍ତି। ଇଟୁନାଗରମ୍ ମହବୁବାବାଦ କ୍ଷେତ୍ର କମିଟିର ସଚିବ ସୁଧାକରର ଉସୁରରେ ଗ୍ରେହାଉଣ୍ଡସ୍ ଏବଂ ନକ୍ସଲମାନଙ୍କ ମଧ୍ୟରେ ହୋଇଥିବା ଏକ ଏନକାଉଣ୍ଟରରେ ମୃତ୍ୟୁ ଘଟିଛି।

ବିଜାପୁର କରି ଅଞ୍ଚଳରେ ମାଓବାଦୀଙ୍କ ଉପସ୍ଥତି ନେଇ ପୋଲିସକୁ ବିଶ୍ୱସ୍ତ ସୁତ୍ରରୁ ସୂଚନା ମିଳିଥିଲା । ଏହାପରେ ଡିଆରଜି ଓ ତେଲେଙ୍ଗାନାର ଗ୍ରେହାଉଣ୍ଡ ଯବାନମାନେ ମିଳିତ ଅପରେସନ ଆରମ୍ଭ କରିଥିଲେ । 

ସେହିଭଳି ଦାନ୍ତେୱାଡା, ବସ୍ତର ଏବଂ ସୁକମାରେ ମାଓବାଦୀ ଏବଂ ସୁରକ୍ଷା କର୍ମିଙ୍କ ମଧ୍ୟରେ ଗୁଳିବନିମୟ ଘଟିଛି । ମାର୍ଜୁମ୍ ଅଞ୍ଚଳରେ ନକ୍ସଲ ଏବଂ ଯବାନଙ୍କ ମଧ୍ୟରେ ତୀବ୍ର ମୁକାବିଲା ହୋଇଥିବା ସୂଚନା ମିଳିଛି । 

ବିଶ୍ୱସ୍ତ ସୁତ୍ରରୁ ମିଳିଥିବା ସୂଚନା ମୁତାବକ ଯବାନଙ୍କ କହିବା ଅନୁଯାୟୀ, ସେଠାରେ ବହୁ ସଂଖ୍ୟକ ନକ୍ସଲଙ୍କ ଉପସ୍ଥିତି ରହିଛି।

  • Tags:

Subscribe

National International State Sports Entertainment