ଓଭରବ୍ରିଜ ଉପରେ ୨ ବସ୍ ମୁହାଁମୁହିଁ ଧକ୍କା ହେବାରୁ ଡ୍ରାଇଭର ଗୁରୁତର ଓ ୧୫ରୁ ଅଧିକ ଯାତ୍ରୀ ଆହତ Khabar Odisha:5/7/2023 Share story: ବାଲେଶ୍ୱର ତାମୁଳିଆ ଓଭର ବ୍ରିଜରେ ପୁଣି ଏକ ଦୁର୍ଘଟଣା ଘଟିଛି । ଦୁଇ ବସ ମୁହାଁମୁହିଁ ଧକ୍କା ହୋଇଥିବାରୁ ଉଭୟ ବସର ଡ୍ରାଇଭର ଗୁରୁତର ଅବସ୍ଥାରେ ଥିବା ଜଣାପଡିଛି। ବାରିପଦାରୁ ଆସୁଥିବା ଅଜୟ ବସଟି ଆଗଆଡୁ ଆସୁଥିବା ଅନ୍ୟଏକ ବସ ସହ ମାଡ ହୋଇଥିଲା । ଏହି ଦୁର୍ଘଟଣାରେ ୧୫ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ହସ୍ପିଟାଲରେ ତୁରନ୍ତ ଭର୍ତି କରାଯାଇଛି । ଦୁର୍ଘଟଣାର କାରଣ ଅସ୍ପଷ୍ଟ ରହିଛି । ଓଭରବ୍ରିଜରେ ଅନେକ ଟର୍ଣ୍ଣିଂ ରହିଛି । ଯାହା ଗାଡି ଚାଳକଙ୍କୁ ଅପରପଟୁ କିଏ ଆସୁଛି ଜଣାପଡୁନି । ତେଣୁ ଦୁର୍ଘଟଣା ଘଟୁଛି ବୋଲି ସ୍ଥାନୀୟ ଲୋକେ କହିଛନ୍ତି । ଦୁର୍ଘଟଣା ପରେ ଜାତୀୟ ରାଜପଥରେ ଗାଡି ଜାମ ହୋଇଯାଇଥିଲା । ତେବେ ପୋଲିସ ଆସି ପହଂଚିବା ପରେ ଭିଡ ଏଡାଇଛି । ରାସ୍ତାରୁ ଦୁର୍ଘଟଣା ଗ୍ରସ୍ତ ବସକୁ ହଟାଯାଇଛି । Odisha Balasore Tamulia over bridge Bus accident Khabar Odisha ଖବର ଓଡ଼ିଶା, Reporter, 05/07/2023