ରଜ ପାଇଁ ବଜାରରେ ଅନିୟନ୍ତ୍ରୀତ ଭିଡ଼, ଅନିର୍ଦ୍ଦିଷ୍ଟ କାଳ ପାଇଁ ବନ୍ଦ ହେଲା ଜଗତସିଂହପୁର ଜିଲ୍ଲାର ୨ ବଜାର
Khabar Odisha:Two-Markets-Sealed-in-Jagatsighpur

ଜଗତସିଂହପୁର, ଜୁନ୍ ୧୧ (ଖବର ଓଡ଼ିଶା): ଆଉ ମାତ୍ର ଦୁଇ ଦିନ ପରେ ରଜ । ଏଥିପାଇଁ ଏବେ ହାଟ ବଜାର ଗୁଡିକରେ ଯମୁଛି ନାହିଁ ନଥିବା ଭିଡ । ଆସନ୍ତା କାଲି ଠାରୁ ଦୁଇ ଦିନିଆ ସଟ୍‌ଡାଉନ୍ ଥିବାରୁ ଆଜି ରାଜ୍ୟରେ ପ୍ରାୟ ସବୁ ଜିଲ୍ଲାର ବଡ଼ ବଡ଼ ବଜାର ଗୁଡିକରେ ପ୍ରବଳ ଭିଡ ଦେଖିବାକୁ ମିଳୁଛି । ଏମିତି କି କଟକଣା ସତ୍ୱେ ସଟର ବନ୍ଦ ରଖି ବେପାର ଜାରି ରହିଛି ଯାହାକୁ ଦୃଷ୍ଟିରେ ରଖି କଠୋର ହୋଇଛି ଜଗତସିଂହପୁର ଜିଲ୍ଲା ପ୍ରଶାସନ ।

ଲକଡାଉନ୍ ସଟଡାଉନ୍ କଟକଣା ସତ୍ୱେ ଜିଲ୍ଲାର ବଡ଼ ବଡ଼ ବଜାର ଗୁଡିକରେ ଅନିୟନ୍ତ୍ରୀତ ଭିଡ ବଢୁଥିବାରୁ ଅନିଦ୍ଦିଷ୍ଟ କାଳ ପାଇଁ ଦୁଇଟି ବଜାର କୁ ସିଲ୍ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଜଗତସିଂହପୁର ଜିଲ୍ଲାପାଳ । 

ଆଜି କରୋନା କଟକଣା ଉଲଘଂନ ଓ ରାଜ ପର୍ବ ପାଇ ଜମିଥିବା ଅହେତୁକ ଭିଡ ପାଇଁ ଏରସମା ଓ ବାଲିତୁଠ ବଜାରକୁ ଅନିଦ୍ଦିଷ୍ଟ କାଳ ପାଇଁ ବନ୍ଦ କରିଦିଆଯାଇଛି ।

  • Tags:

Subscribe

National International State Sports Entertainment