ନୂଆବର୍ଷରେ ନୂଆ ଆଶା :ପ୍ରଥମ ସୂର୍ଯ୍ୟୋଦୟ ଦେଖିବା ପାଇଁ ପୁରୀ ବେଳାଭୂମିରେ ପର୍ଯ୍ୟଟକଙ୍କ ଭିଡ଼
Khabar Odisha:Tourists-flock-to-the-beach-to-watch-the-first-sunrise-in-the-New-Year
ପୁରୀ,ଜାନୁଆରୀ ୧(ଖବର ଓଡ଼ିଶା):

ନୂଆବର୍ଷ ଓ ନୂଆ ଆଶାକୁ ନେଇ ଆସିଛି ୨୦୨୨ । ୨୦୨୧ କୁ ବିଦାୟ ଦେଇ ଏବେ ୨୦୨୨ରେ ପାଦ ଥାପିଲେ ସମସ୍ତେ । ଚାରିଆଡ଼େ ଉତ୍ସବ ମୂଖର ହୋଇପଡ଼ିଛି କିନ୍ତୁ କରୋନା ମହାମାରୀ ପାଇଁ ଦୀର୍ଘ ଦୁଇ ବର୍ଷ ହେବ ଏହା ଫିକା ପଡ଼ିଯାଇଛି ।

ସୋସିଆଲ ମିଡ଼ିଆରେ ଅଭିନନ୍ଦନ ଜଣାଉଛନ୍ତି ସାଧାରଣ ଲୋକମାନେ । ତେବେ ଏହାରି ଭିତରେ ଜଗତର ନାଥ ଜଗନ୍ନାଥଙ୍କ ସାନିଧ୍ୟ ଲାଭ କରିବା ପାଇଁ ପୁରୀ ପହଂଚିଛନ୍ତି ଭକ୍ତାଳୁ ।

କରୋନା କଟକଣା ପାଇଁ ଯଦିଓ ମନ୍ଦିର ଭିତରକୁ ପ୍ରବେଶ ମନା ତଥାପି ସିଂହଦ୍ବାର ସମ୍ମୁଖରେ ଥାଇ ପତିତପାବନ ଦର୍ଶନ କରି ଆଶିଷ ଲାଭ କରୁଛନ୍ତି ଶ୍ରଦ୍ଧାଳୁ । ସେପଟେ ନୂଆବର୍ଷର ପ୍ରଥମ ସୂର୍ଯ୍ୟୋଦୟ ଦେଖିବା ପାଇଁ ବେଳାଭୂମିରେ ମଧ୍ୟ ପର୍ଯ୍ୟଟକଙ୍କ ଭିଡ଼ ଲାଗିଛି । 

  • Tags:

Subscribe

National International State Sports Entertainment