ଆଜି ବୋଇତ ବନ୍ଦାଣ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେବା ପାଇଁ ପାରାଦୀପ ଯିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ରବିବାର ରାଷ୍ଟ୍ରପତି ଭୁବନେଶ୍ୱରରେ ପହଞ୍ଚିବା ପରେ ରାଜଭବନରେ ରାତ୍ରିଯାପନ କରିଛନ୍ତି। ଏହାପରେ ଆଜି ସକାଳ ସାଢେ ୮ଟାରେ ରାଜଭବନରୁ ବାହାରି ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚି ବାୟୁସେନା ହେଲିକପ୍ଟର ଯୋଗେ ସାଢେ ୯ଟାରେ ପାରଦ୍ୱୀପରେ ପହଁଚି ଗୋପବନ୍ଧୁ ଷ୍ଟାଡିୟମରେ ଆୟୋଜିତ ବୋଇତ ବନ୍ଦାଣ ଉତ୍ସବରେ ଯୋଗ ଦେବେ ମହାମହିମ। ରାଷ୍ଟ୍ରପତିଙ୍କ ଗସ୍ତ ପାଇଁ ପାରାଦୀପରେ ମୁତୟନ ଅଛନ୍ତି ୩୦ ପ୍ଲାଟୁନ୍ ଫୋର୍ସ ଏବଂ ସୁରକ୍ଷା ବ୍ୟବସ୍ଥା ମଧ୍ୟ କଡାକଡି କରାଯାଇଛି।
ସୂଚନା ଅନୁସାରେ , ଆଜି ପାରାଦୀପ ଯିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ବୋଇତ ବନ୍ଦାଣ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେବେ ମହାମହିମ। ଆଜି ସକାଳ ସାଢେ ୮ଟାରେ ରାଜଭବନରୁ ବାହାରି ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚି ବାୟୁସେନା ହେଲିକପ୍ଟର ଯୋଗେ ସାଢେ ୯ଟାରେ ପାରାଦୀପରେ ପହଁଚି ଗୋପବନ୍ଧୁ ଷ୍ଟାଡିୟମରେ ଆୟୋଜିତ ବୋଇତ ବନ୍ଦାଣ ଉତ୍ସବରେ ଯୋଗ ଦେବେ ମହାମହିମ। ଭାରତୀୟ ତଟରକ୍ଷୀ ବାହିନୀର ଅମୋଘ ଜାହାଜରେ ପୋତାଶ୍ରୟ ପରିଭ୍ରମଣ କରିବାର କାର୍ଯ୍ୟକ୍ରମ ମଧ୍ୟ ରହିଛି। ଏହାପରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସଭାସ୍ଥଳୀରେ ପହଁଞ୍ଚି ସଭାକାର୍ଯ୍ୟରେ ଯୋଗ ଦେବେ । ପରେ ଜବାହାର ଅତିଥି ଭବନରେ ୩୦ ଜଣ ମତ୍ସ୍ୟଜୀବୀଙ୍କ ସହିତ ଆଲୋଚନା କରିବା କାର୍ଯ୍ୟକ୍ରମ ରହିଛି। ମଧ୍ୟାହ୍ନ ଭୋଜନ ପରେ ଅପରାହ୍ନରେ ଭୁବନେଶ୍ୱର ଫେରି ଦିଲ୍ଲୀ ପ୍ରତ୍ୟାବର୍ତ୍ତନ କରିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ।
ଅଧିକ ପଢନ୍ତୁ ; ଆଜିଠାରୁ କଟକର ଐତିହାସିକ ବାଲିଯାତ୍ରା ଆରମ୍ଭ