ଆଜିଠାରୁ କଟକର ଐତିହାସିକ ବାଲିଯାତ୍ରା ଆରମ୍ଭ ହେବ। କଳିଙ୍ଗର ସ୍ମୁତିକୁ ବହନ କରୁଥିବା ଏହି ଯାତ୍ରା ଆସନ୍ତା ଡିସେମ୍ବର ୪ ତାରିଖ ପର୍ଯ୍ୟନ୍ତ ଜାରି ରହିବ। ଚଳିତ ବର୍ଷ ୮ ଦିନ ହେବାକୁ ଥିବା ବାଲିଯାତ୍ରାକୁ ଅଧିକ ଆକର୍ଷଣୀୟ, ସୁରକ୍ଷିତ ଆଉ ଜନାଦୃତ କରିବା ପାଇଁ ତଥା ବିଭିନ୍ନ ବିଭାଗ ମଧ୍ୟରେ ଉତ୍ତମ ସମନ୍ୱୟ ରକ୍ଷା କରିବା ଉପରେ ଗୁରୁତ୍ବ ଦିଆଯାଉଛି।
ଏଥର ବାଲିଯାତ୍ରାରେ କଟକ ଇନ୍ କଟକ ଗ୍ରାମୀଣ ପ୍ରତିଛବି ମୁଖ୍ୟ ଆକର୍ଷଣ ହେବ। ମେଳାରେ ୧୨୦୦ ରୁ ୧୮୦୦ ଷ୍ଟଲ୍ ଖୋଲିଛି। ଏତଦ୍ ବ୍ୟତୀତ ଫିସ ଟନେଲ୍ ମଧ୍ୟ ଅନ୍ୟତମ ଆକର୍ଷଣ ସାଜିଛି। ପାର୍କିଂ ସ୍ଥାନରୁ ଯାତ୍ରୀ ଯିବା ଆସିବା ପାଇଁ ସ୍ବତନ୍ତ୍ର ଇ ରିକ୍ସା ରହିବ। ଭିଡ ନିୟନ୍ତ୍ରଣ ପାଇଁ ୪ ଟି ପ୍ରବେଶ ଓ ପ୍ରସ୍ଥାନ ରହିଛି। ସବୁ ଦିନ ସକାଳେ ପଥଉତ୍ସବ ହେବ। ଯାତ୍ରୀଙ୍କ ସୁବିଧା ପଡ଼ିଆ ମଧ୍ୟରେ ୨୫୦ ଟି ଅସ୍ଥାୟୀ ଟଏଲେଟ୍ ବ୍ୟବସ୍ଥା ହୋଇଛି।
ବାଲିଯାତ୍ରା ପାଇଁ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଁଚିଛି। ଏହି ଐତିହାସିକ ମହୋତ୍ସବକୁ ଅଧିକ ଆକର୍ଷଣୀୟ କରିବା ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ଯୁବବର୍ଗଙ୍କ ପାଇଁ କଟକ ଇନ୍ କଟକ ମଧ୍ୟରେ ପ୍ରାୟ ୧୦ଟି ସେଲଫି ଜୋନ୍ ପ୍ରସ୍ତୁତ କରାଯାଇଛି। ବାଲିଯାତ୍ରାକୁ ସୁରକ୍ଷିତ ତଥା ଶୃଙ୍ଖଳିତ କରିବା ପାଇଁ ଟ୍ରାଫିକ ପରିଚାଳନା ସୁବ୍ୟବସ୍ଥିତ କରିବା, ଅତିରିକ୍ତ ଫୋର୍ସ ନିୟୋଜନ ଉପରେ ଗୁରୁତ୍ବ ଦିଆଯାଇଛି।
ଅଧିକ ପଢନ୍ତୁ ; ଆଜି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା