ଆଜି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା। ପ୍ରଚୀନ ଉତ୍କଳର ସମୃଦ୍ଧ ନୌବାଣିଜ୍ୟ ସହିତ ଯୋଡ଼ି ହୋଇ ରହିଛି ବୋଇତ ବନ୍ଦାଣ ଏବଂ ଓଡ଼ିଆ ଜାତିର ଅନନ୍ୟ ପରମ୍ପରା ହେଉଛି ବୋଇତ ବନ୍ଦାଣ ଉତ୍ସବ। ପଞ୍ଚୁକର ଶେଷ ଦିନ ଡଙ୍ଗା ଭସାଇବା ପାଇଁ ବିଭିନ୍ନ ପୁଷ୍କରଣୀ ଓ ନଦୀ କୂଳରେ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଛି। ଭୋର ୪ ଟାରୁ ଉଠି ସମସ୍ତେ ଦଙ୍ଗା ଭସାଇବା ସହିତ ମନ୍ଦିରରେ ପୂଜା ଅର୍ଚନା ମଧ୍ୟ କରିବେ। । ଡଙ୍ଗା ଭସାଇବା ପାଇଁ ଭୁବନେଶ୍ୱର ବିନ୍ଦୁ ସାଗର କୂଳରେ ଏବଂ ଅନ୍ୟାନ୍ୟ ପୁଷ୍କରଣୀରେ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଛି। ଭିଡକୁ ଦୃଷ୍ଟିରେ ରଖି ଅନେକ ସ୍ଥାନରେ ପୋଲିସ ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି।
ସୂଚନା ଅନୁସାରେ, ଆଜି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଏଥିପାଇଁ ଚଳଚଞ୍ଚଳ ସାରା ଓଡ଼ିଶା। ହଜାର ହଜାର ଶଦ୍ଧାଳୁ ଡଙ୍ଗା ଭସାଉଥିବା ଦେଖିବାକୁ ମିଳିଛି। ପରିବାରର ମଙ୍ଗଳ ମନାସି ଡଙ୍ଗା ଭସାଇଛନ୍ତି ଶ୍ରଦ୍ଧାଳୁମାନେ। ପୁରୀ ବେଳାଭୂମି, ଭୁବନେଶ୍ୱର ବିନ୍ଦୁସାଗରରେ ଶ୍ରଦ୍ଧାଳକୁ ମାନେ ଭୋର ୪ ଟାରୁ ଉଠି କଦଳୀ ବାହୁଙ୍ଗା ବା ସୋଲରେ ତିଆରି ଡଙ୍ଗାରେ ଦୀପ ଜାଳି ସେଥିରେ ପାନ ଗୁଆ ଥୋଇ ଡଙ୍ଗା ଭସାଇଛନ୍ତି। ପୁରାତନ କାଳରୁ ଏହା ବିଶ୍ୱାସ ରହିଛି ଯେ ବର୍ଷକରେ ଥରେ ଏହି ଦିନରେ ସ୍ନାନ କରି ‘ଆ କା ମା ବୈ, ପାନ ଗୁଆ ଥୋଇ ପାନ ଗୁଆ ତୋର, ମାସକ ଧରମ ମୋର ’ର ଗାଇ ଡଙ୍ଗା ଭସାଇଲେ ପୂଣ୍ୟ ମିଳିଥାଏ। ଦଙ୍ଗା ଭସାଇବା ପରେ ମହାପ୍ରଭୁ ଲିଙ୍ଗରାଜଙ୍କ ଦର୍ଶନ ପାଇଁ ମଧ୍ୟ ଭକ୍ତଙ୍କ ଭିଡ଼ ଦେଖିବାକୁ ମିଳିଛି ତେଣୁ ଏହି ଭିଡକୁ ଦୃଷ୍ଟିରେ ରଖି ପୋଲିସ ପ୍ରଶସାନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ମଧ୍ୟ ଗ୍ରହଣ କରାଯାଇଛି।
ଅଧିକ ପଢନ୍ତୁ ; ଆଜି ମହାପ୍ରଭୁଙ୍କ ଲକ୍ଷ୍ମୀନୃସିଂହ ବେଶ