ଆଜି ନୂଆ ରାଜ୍ୟପାଳ ଭାବେ ଶପଥ ନେବେ ରଘୁବର ଦାସ। ପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କ ଦର୍ଶନ ପରେ ଶପଥ ଗ୍ରହଣ କରିବେ ନୂଆ ରାଜ୍ୟପାଳ । ରାଜଭବନରେ ଦିନ ୧୧ଟା ୪୫ମିନିଟରେ ହେବ ଶପଥ ଗ୍ରହଣ ଉତ୍ସବ । ପ୍ରଫେସର ଗଣେଶୀ ଲାଲଙ୍କ କାର୍ଯ୍ୟକାଳ ସରିବା ପରେ ୨୬ ତମ ରାଜ୍ୟପାଳ ଭାବେ ନିଯୁକ୍ତି ପାଇଛନ୍ତି ରଘୁବର ଦାସ । ରାଜଭବନରେ ନୂଆ ରାଜ୍ୟପାଳଙ୍କୁ ହାଇକୋର୍ଟର ମୁଖ୍ୟ ବିଚାରପତି ଶପଥ ପାଠ କରାଇବେ । ଗତକାଲି ରାଜ୍ୟର ଦାୟିତ୍ୱ ନେବା ପୂର୍ବରୁ ନୂଆ ରାଜ୍ୟପାଳ ତାଙ୍କ ପରିବାର ବର୍ଗଙ୍କ ସହିତ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ ଦର୍ଶନ କରିଥିଲେ ।
ଆଗକୁ ପଢ଼ନ୍ତୁ : ଶ୍ରୀକ୍ଷେତ୍ରରେ ପହଞ୍ଚିଲେ ନୂଆ ରାଜ୍ୟପାଳ ରଘୁବର ଦାସ