ପୁରୁଷୋତମପୁର ଏକ୍ସପ୍ରେସରେ ଆସି ଭୋରରେ ପୁରୀ ପହଞ୍ଚିଛନ୍ତି ନୂଆ ରାଜ୍ୟପାଳ ରଘୁବର ଦାସ। ରେଳ ଷ୍ଟେସନରୁ ସିଧା ରାଜଭବନ ଯାଇ ବିଶ୍ରାମ ନେଉଛନ୍ତି ନୂଆ ରାଜ୍ୟପାଳ। ପୂର୍ବାହ୍ନ ୧୦ଟାରେ ଶ୍ରୀମନ୍ଦିର ଯାଇ ଶ୍ରୀଜିଉଙ୍କ ଦର୍ଶନ କରି ପୂଜାର୍ଚ୍ଚନା କରିବେ ରାଜ୍ୟପାଳ। ଏହାପରେ ଆସନ୍ତାକାଲି ସକାଳ ପ୍ରାୟ ୮ଟା୪୫ ଲିଙ୍ଗରାଜଙ୍କ ଦର୍ଶନ କରିବା ପରେ ପୂର୍ବାହ୍ନ ପ୍ରାୟ ୧୧ଟା ୪୫ରେ ରାଜ୍ୟପାଳ ଭାବେ ଶପଥ ଗ୍ରହଣ କରିବେ।
ସୂଚନା ଅନୁଯାୟୀ , ଓଡ଼ିଶାରେ ପହଞ୍ଚିଲେ ନୂଆ ରାଜ୍ୟପାଳ ରଘୁବର ଦାସ। ପ୍ରଥମେ ରାଜ୍ୟପାଳ ଟ୍ରେନରେ ଯାଇ ସକାଳ ପ୍ରାୟ ୫ ଟା ୦୫ ରେ ପୁରୀ ଷ୍ଟେସନରେ ପହଞ୍ଚିଛନ୍ତି। ଷ୍ଟେସନରୁ ସିଧାସଳଖ ରାଜଭବନ ଯାଇ ବର୍ତ୍ତମାନ ବିଶ୍ରାମ ନେଉଥିବା ବେଳେ ପୂର୍ବାହ୍ନ ପ୍ରାୟ ୧୦ଟା ବେଳକୁ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କରିବେ ରାଜ୍ୟପାଳ ରଘୁବର ଦାସ। ଏହାପରେ ଭୁବନେଶ୍ୱର ଆସି ରାଜଭବନରେ ରାତ୍ରିଯାପନ କରିବେ। ଆସନ୍ତାକଲି ସକାଳ ପ୍ରାୟ ୮ଟା୪୫ ଲିଙ୍ଗରାଜଙ୍କ ଦର୍ଶନ କରିବା ପରେ ପୂର୍ବାହ୍ନ ପ୍ରାୟ ୧୧ଟା ୪୫ରେ ରାଜ୍ୟପାଳ ଭାବେ ଶପଥ ଗ୍ରହଣ କରିବେ। ନୂଆ ରାଜ୍ୟପାଳଙ୍କୁ ପ୍ରୋଟୋକଲ ଅନୁଯାୟୀ ଜେଡ + ସୁରକ୍ଷା ଯୋଗାଇଦିଆଯାଇଛି। ସେପଟେ ପୁରୀ ରେଳଷ୍ଟେସନ ଠାରେ ରାଜ୍ୟପାଳଙ୍କୁ ସମସ୍ତ ଦଳର କର୍ମକର୍ତ୍ତା ମାନଙ୍କ ତରଫରୁ ଭବ୍ୟ ସ୍ୱାଗତ କରାଯାଇଛି।
ଅଧିକ ପଢନ୍ତୁ ; ରାଜ୍ୟରେ ଧୀରେ ଧୀରେ ଶୀତର ଲହରି ବୃଦ୍ଧି ପାଉଛି