ଆଠଗଡ଼: ଚାଲିଥିଲା ବାଘ ମଣିଷ ଲଢେଇ। ହାରିଲା ବାଘ, ଜିତିଲା ମଣିଷ। ଏ ଖବର ଶୁଣିଲେ ଯେ ନାହିଁ ସେ ଆଶ୍ଟର୍ଯ୍ୟ ହୋଇଯିବ। କାରଣ ବାଘ ଆକ୍ରମଣରେ ଜଣେ ଲୋକ ଆହତ ହୋଇଛନ୍ତି। ହେଲେ ଏ ଲଢେଇ ପରେ ବାଘର ମୃତ ଦେହ ଉଦ୍ଧାର ହେବା ସମସ୍ତଙ୍କୁ ଚକିତ କରିଛି। ଗୁରୁତର ଅବସ୍ଥାରେ ଯୁବକଙ୍କୁ ଉଦ୍ଧାର କରି କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି। ଘଟଣାସ୍ଥଳରେ ପୋଲିସ ଏବଂ ବନ ବିଭାଗ କର୍ମଚାରୀ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ସୂଚନା ଅନୁସାରେ କଟକ ଜିଲ୍ଲା ନରସିଂହପୁର ପଶ୍ଚିମ ବନ ବିଭାଗ ଅଧିନ ଜୟପୁର ଅନନ୍ତ ପ୍ରସାଦ ଗାଁରେ ଗୋଟିଏ କଲରାପତରିଆ ବାଘ ଘରେ ପଶି ଯାଇଥିଲା।
ହଠାତ୍ ସେହି ଯୁବକଙ୍କୁ ଆକ୍ରମଣ କରିବାକୁ ଲାଗିଥିଲା। ଏପିରିକି ଲମ୍ଫ ମାରିବାକୁ ଉଦ୍ୟମ ମଧ୍ୟ କରିଥିଲା। ହେଲେ କିଛି ମିନିଟ ଧରି ସାହସ କରି ବାଘ ସହିତ ଲଢେଇ କରିଥିଲେ। ଶେଷରେ ଦୀର୍ଘ ସମୟ ଧରି ବାଘ-ମଣିଷ ଲଢେଇ ହାରିଥିଲା ବାଘ। ଏହି ଲଢେଇ ବାଘଟିର ମୃତ୍ୟୁ ହୋଇଯାଇଥିବା ବେଳେ ଯୁବକ ଜଣଙ୍କ ଗୁରୁତର ହୋଇଛନ୍ତି। ଗୁରୁତର ଅବସ୍ଥାରେ ଯୁବକଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ପ୍ରାଥମିକ ଚିକିତ୍ସା ପରେ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି। ଅନ୍ୟପଟେ ଖବର ପାଇ ବନବିଭାଗ ଟିମ୍ ଏବଂ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।