ଏଥର ଭୁବନେଶ୍ୱରରେ ରାତି ୧୨ଟା ପର୍ଯ୍ୟନ୍ତ ଚାଲିବ ଦୁର୍ଗାପୂଜା ମେଲୋଡି। ରାତି ୧୦ଟା ପରିବର୍ତ୍ତେ ରାତି ୧୨ଟା ପର୍ଯ୍ୟନ୍ତ ଚାଲିବ ସବୁ ମେଲୋଡି। ଦୁର୍ଗାପୂଜା, ରାବଣପୋଡ଼ି, ଭସାଣି ଉତ୍ସବ ପାଇଁ କମିଶନରେଟ୍ ପୋଲିସ ସହ ପୂଜା କମିଟିର ଗୁରୁତ୍ୱପୂର୍ଣ୍ଣ ବୈଠକ ବେଳେ ଏହି ନିଷ୍ପତ୍ତି ନିଆଯାଇଛି। ଏନେଇ ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ସୂଚନା ଦେଇଛନ୍ତି। ଚଳିତ ବର୍ଷ ଭୁବନଶ୍ୱରରେ ଦୁର୍ଗାପୂଜାରେ ୧୮୩ଟି ପୂଜା ମଣ୍ଡପ ରହିଛି। ସବୁଠି ଏବେ ଦୁର୍ଗାପୂଜାର ମାହୋଲ ଜମିଲାଣି ଏବଂ ୧୨ ଟା ଯାଏଁ ମେଲୋଡି ଚାଲିବାର ନିଷ୍ପତି ନେବା ପରେ ଏହା ସମସ୍ତଙ୍କ ପାଇଁ ଖୁସିର ଖବର ପାଲଟିଛି।
ସୂଚନା ମୁତାବକ , ଦୁର୍ଗାପୂଜା ପାଇଁ ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ଭୁବନେଶ୍ୱରରେ ଚଳିତବର୍ଷ ପୂଜାରେ ରାତି ୧୨ଟା ଯାଏଁ ଜାରି ରହିବ ମେଲୋଡ଼ି। ରାତି ୧୦ଟା ପରିବର୍ତ୍ତେ ରାତି ୧୨ଟା ପର୍ଯ୍ୟନ୍ତ ମେଲୋଡ଼ି ଚାଲିବ। ପୂର୍ବରୁ ରାତି ୧୦ଟା ଯାଏଁ ମେଲୋଡି ଅନୁଷ୍ଠିତ ହେଉଥିଲା। ପୂଜା ସାଙ୍ଗକୁ ସମସ୍ତ ପ୍ରକାର ମେଳା ମହୋତ୍ସବ, ମିନାବଜାର ଓ ନାଚଗୀତ ଆସର ଜମିବ। ତେବେ ଚଳିତବର୍ଷ ରାଜଧାନୀ ଭୁବନେଶ୍ୱରରେ ଦୁର୍ଗାପୂଜାରେ ୧୮୩ ପୂଜା ମଣ୍ଡପ ହେଉଛି। ଦୁର୍ଗାପୂଜା, ରାବଣପୋଡ଼ି ଓ ଭସାଣୀ ପାଇଁ ପୋଲିସ-ପୂଜା କମିଟିର ମିଳିତ ବୈଠକରେ ଏଭଳି ନିଷ୍ପତ୍ତି ନିଆଯାଇଛି ।
ଅଧିକ ପଢନ୍ତୁ ; ବୁର୍ଲା ଭିମସାରରେ ଡାକ୍ତରୀ ଛାତ୍ର ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗଣ୍ଡଗୋଳ