ଯାଜପୁର ପୋଲିସର ଥାର୍ଡ ଡିଗ୍ରୀ। ଗାଈ ଗୋରୁ ଭଳି ଯୁବକଙ୍କୁ ପିଟିଲେ ଯାଜପୁର ପୋଲିସ। ଔଷଧ ପାଇଁ ଯାଉଥିବା ଯୁବକଙ୍କୁ ମାଡ଼ମାରି କଲେ ଲହୁଲୁହାଣ। ପୋଲିସ ର ଲାଠି ମାଡରେ ଯୁବକ ଗୁରୁତର ଭାବେ ଆହତ। ତେଣୁ ଏ ନେଇ ଯାଜପୁର ପୋଲିସ୍ ବିରୁଦ୍ଧରେ ଯୁବକ ଆଣିଲେ ଅଭିଯୋଗ। ରକ୍ତ ମୁଖା ରାତିରେ ବାହାରୁଥିବା ଲୋକଙ୍କୁ ପୋଲିସ କରୁଛି ଲାଠିଚାର୍ଜ।
ସୂଚନା ଅନୁସାରେ, ଅଗଷ୍ଟ ୩ ତାରିଖ ରାତିରେ ଯାଜପୁର ଶିତଳେଶ୍ୱର ଅଞ୍ଚଳର ଯୁବକ ଆଶିଷ ମହଲା ନିଜ ବାପାଙ୍କର ସ୍ୱାସ୍ଥ୍ୟ ଖରାପ ହେବାରୁ ମେଡିସିନ ପାଇଁ ନିଜ ବାଇକ୍ ନେଇ ଔଷଧ ଦୋକାନକୁ ଯାଇଥିଲେ। ହେଲେ ଘର ଟିକେ ଦୁରରେ ଥିବା ଗରିଆପୁର ଠାରେ ଏକ ପିସିଆର ଗାଡ଼ି ଓ ୪-୫ ଜଣ ପୋଲିସ ଛିଡ଼ା ହୋଇଥିଲେ। ହଠାତ୍ ପୋଲିସ ଷ୍ଟାଫ୍ ମାନେ ଆଶିଷଙ୍କ ଗାଡ଼ି ଆଗକୁ ମାଡିଆସି ଆଶିଷଙ୍କୁ ବିନା ପଚାର ଉଚରାରେ ଲାଠିରେ ନିର୍ଦ୍ଧୁମ ମାଡ଼ ମାରିଥିଲେ।
ଆଶିଷ ତଳେ ପଡ଼ିଯାଇଥିଲେ ବି ପୋଲିସ କର୍ମଚାରୀ ମାନେ ଅହୁରି ମାଡ଼ ମାରିଥିଲେ ଯାହାର ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି। ତେବେ ଆଶିଷ ପୋଲିସ୍ ଠୁ ମାଡ଼ ଖାଇ ଔଷଧ ନ ଆଣି ଘରକୁ ଫେରିଥିଲେ ଓ ଘରେ ଜଣାଇବ ପରେ ପରିବାର ତରଫର ଥାନାରେ ଅଭିଯୋଗ ହୋଇଛି। ତେବେ ହଠାତ୍ ଯାଜପୁର ପୋଲିସ କଣ ପାଇଁ ଏଭଳି ରକ୍ତ ମୁଖା ହୋଇଉଠିଛି ତାହାର କାରଣ ସ୍ପଷ୍ଟ ହୋଇନାହିଁ। ତେବେ ଏନେଇ ଯାଜପୁର ଏସଡିପିଓ ଯାଜପୁର ଥାନ ଭାରପ୍ରାପ୍ତ ଅଧିକାରୀଙ୍କୁ ରିପୋର୍ଟ ମାଗିଥିବା ନେଇ ସୂଚନା ମିଳିଛି।