ଟଙ୍କା ବଦଳେଇବା ପାଇଁ ଲାଗିଛି ଭିଡ଼ । ହାତରେ ନୋଟ୍ ବାହାରେ ଟାଣ ଖରା । ନୋଟ୍ ବଦଳାଇବା ପାଇଁ ଧାଡ଼ିରେ ଥିବା ଲୋକଙ୍କୁ ପଚରାଉଚରା କରିଛି EOW ଟିମ୍ ।
ସୂଚନା ଅନୁସାରେ , ଆଜି RBI ଭୁବନେଶ୍ୱର ଆଞ୍ଚଳିକ କାର୍ଯ୍ୟାଳୟ ସମ୍ମୁଖରେ ୨୦୦୦ ଟଙ୍କିଆ ନୋଟ୍ ବଦଳ ନିମନ୍ତେ ଅସମ୍ଭବ ଭିଡ଼ ଦେଖିବାକୁ ମିଳିଥିଲା । ଲୋକଙ୍କ ହାତରେ ପୁଳା ପୁଳା ୨ ହଜାର ଟଙ୍କିଆ ନୋଟ୍ । ବାହାରେ ଏତେ ଖରା ହେଉଥିଲେ ମଧ୍ୟ ଲୋକମାନେ ଟଙ୍କା ବଦଳେଇବା ପାଇଁ ଘଣ୍ଟା ଘଣ୍ଟା ଧରି ଲାଇନରେ ଠିଆ ହୋଇଥିଲେ । ଠିକ ଏହି ସମୟରେ ଘଟଣାସ୍ଥଳରେ ଅର୍ଥନୈତିକ ଅପରାଧ ଶାଖା (EOW) ଓ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ପହଞ୍ଚିଥିଲା । ନୋଟ୍ ବଦଳାଇବାକୁ ଆସିଥିବା ଲୋକମାନଙ୍କୁ ଇଡିର ଅଧିକାରୀମାନେ ପଚରାଉଚରା କରିଛନ୍ତି । ଓ ଏହି ଘଟଣାର ଅଧିକ ଖୋଳତାଡ଼ ଆରମ୍ଭ କରିଛନ୍ତି । ସେହିପରି ଇଓଡବ୍ଲୁ (EOW) ର ୨ ଜଣିଆ ଟିମ୍ ଲୋକମାନଙ୍କୁ ପଚରାଉଚରା କରିଛି । ଏଥି ସହ ଧାଡ଼ିରେ ଛିଡ଼ା ହୋଇଥିବା ଲୋକମାନଙ୍କର ଆଧାରକାର୍ଡ ଯାଞ୍ଚ କରାଯାଇଛି । ଯେଉଁମାନେ ଟଙ୍କା ବଦଳାଇବାକୁ ଆସିଛନ୍ତି । ସେହି ଟଙ୍କା ତାଙ୍କର ନା ଆଉ କାହାର କି ଏହି ଟଙ୍କା ବଦଳାଇବା ପଛରେ ଆଉ କାହାର ହାତ ଅଛି । ସେ ସବୁକୁ ନେଇ ଇଡି ଓ ଇଓଡବ୍ଲୁର ଅଧିକାରୀ ବିଭିନ୍ନ ଦିଗକୁ ନେଇ ଖୋଳତାଡ ଆରମ୍ଭ କରିଛି ।
କିଛି ଦିନ ହେବ RBI ଭୁବନେଶ୍ୱର ଶାଖା ଆଗରେ ୨ ହଜାର ଟଙ୍କିଆ ନୋଟ୍ ବଦଳାଇବା ପାଇଁ ଲୋକଙ୍କର ଅସମ୍ଭବ ଭିଡ ଲାଗିଥିଲା । ଦିନକୁ ପ୍ରାୟେ ୭୦୦ ରୁ ଅଧିକ ଲୋକ ଧାଡ଼ିରେ ଛିଡ଼ା ହୋଇ ନୋଟ୍ ବଦଳାଉଛନ୍ତି । ଏହି ନୋଟ୍ ବଦଳାଇବା ପାଇଁ ତାଙ୍କୁ କୁଆଡେ ମଜୁରୀ ମିଳୁଛି । କିଛି ଲୋକ ପ୍ରତିକ୍ରିୟା ରଖିକି କହିଥିଲେ ଯେ , ୧୦ ଟି ୨ ହଜାର ଟଙ୍କିଆ ନୋଟ୍ ବଦଳାଇ ଦେଲେ ତାଙ୍କୁ ୩00 ଟଙ୍କା ମଜୁରି ଦିଆଯିବ । ହେଲେ ଏମାନଙ୍କ ପଛରେ କିଏ ଅଛି ସେ କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ । ଏହିସବୁ ଘଟଣା ସାମ୍ନାକୁ ଆସିବା ପରେ ଆଜି ଇଡି ଓ ଇଓଡବ୍ଲୁର ଦୁଇଟି ଟିମ ପହଞ୍ଚିଛନ୍ତି । ଓ ଏହି ଘଟଣାର ଅଧିକ ତଦନ୍ତ କରୁଛନ୍ତି । RBI ଭୁବନେଶ୍ୱର ଆଞ୍ଚଳିକ କାର୍ଯ୍ୟାଳୟର ନିର୍ଦ୍ଦେଶକ କହିଛନ୍ତି ଯେ , କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶାନୁଯାୟୀ ୨ ହଜାର ଟଙ୍କିଆ ନୋଟ ବଦଳ ଓ ଜମା ପାଇଁ ବ୍ୟବସ୍ଥା ଅଛି । ପ୍ରତିଦିନ ଏଠାକୁ ୨ କୋଟି ଟଙ୍କାର ୨ ହଜାର ଟଙ୍କିଆ ନୋଟ ଆସୁଛି । ହେଲେ ସେଥି ମଧ୍ୟରୁ ପ୍ରାୟ ୯୫ ଭାଗ ବଦଳ ହେଉଛି ଓ ବାକି ୫% ଜମା ହେଉଛି । RBI ର ପୂର୍ବ ଗାଇଡଲାଇନ୍ ଅନୁସାରେ , ମେ ମାସ ୨୩ ତାରିଖରୁ ସେପ୍ଟେମ୍ବର ମାସ ୩୦ତାରିଖ ଯାଏ ନୋଟ ବଦଳି ପ୍ରକ୍ରିୟା ଚାଲୁରହିବ । ପରେ ଏହି ସମୟସୀମାକୁ ଅକ୍ଟୋବାର ମାସ ଶେଷ ଯାଏଁ ବର୍ଦ୍ଧିତ କରାଗଲା । RBI ନିୟମାନୁଯାୟୀ , ଜଣେ ବ୍ୟକ୍ତି ସର୍ବାଧିକ ୨୦ ହଜାର ଟଙ୍କାର ୨ ହଜାର ଟଙ୍କିଆ ନୋଟ୍ ଗୋଟିଏ ଥରକରେ ବଦଳାଇପାରିବ ।
ଆଉ ନିଜ ଇଚ୍ଛା ମୁତାବକ , ୨ ହଜାର ଟଙ୍କିଆ ଜମା କରିପାରିବ । ଏହା ସହ ଗୋଟିଏ ନିର୍ଦ୍ଦିଷ୍ଟ ଫର୍ମରେ ବ୍ୟାଙ୍କଗୁଡ଼ିକରେ ହେଉଥିବା ଦୈନକ ଜମା ଓ ବଦଳ କରାଯାଉଥିବା ୨ ହଜାର ଟଙ୍କିଆ ନୋଟର ତଥ୍ୟ ଲେଖି ରଖିପାରିବ । ଅର୍ଥାତ ସମସ୍ତ କଥାର ରେକର୍ଡ ରହିବ । ତେଣୁ ସମସ୍ତ ଟଙ୍କା ବଦଳର ରେକର୍ଡ ରଖିବାକୁ RBI ସବୁ ବ୍ୟାଙ୍କକୁ ନିର୍ଦ୍ଦେଶ ଦେଇଥିଲେ ।
ଆଗକୁ ପଢନ୍ତୁ :- ବଦଳାଯାଉଥିବା ନୋଟ ସବୁ କାହାର ? ଆଉ ବଦଳାଉଥିବା ଲୋକଙ୍କୁ ମଜୁରୀ କିଏ ଦଉଛି ?