ଧଳା ଜହର ଏବେ ଯୁବପିଢିକୁ ଗ୍ରାସ କରିବା ଆରମ୍ଭ କରି ସାରିଛି । ବହୁ ଯୁବକ ଏହାର କବଜାରେ ପଡ଼ିବା ସହ ପଥଭ୍ରଷ୍ଟ ହୋଇ ସାରିଲେଣି । ଝାରସୁଗୁଡା ଜିଲ୍ଲା ଧଳା ଜହରର ପେଣ୍ଠସ୍ଥଳି ପାଲଟିବାକୁ ଯାଉଛି । ଯାହାକି ସ୍ଥାନୀୟ ଲୋକଙ୍କ ମଧ୍ୟରେ ଚାଞ୍ଚଲ୍ୟ ଖେଳିଯାଇଛି । ନିଶା ବେପାରୀ ଇତି ମଧ୍ୟରେ ଝାରସୁଗୁଡ଼ାକୁ ମିଶା କାରବାରର ପେଣ୍ଠସ୍ଥଳ କରି ସାରିଛନ୍ତି । ଗତ କିଛିଦିନ ମଧ୍ୟରେ ଜବତ ବ୍ରାଉନସୁଗର ପରିମାଣକୁ ଲକ୍ଷ୍ୟ କଲେ ଏହା ହିଁ ବୁଝାପଡୁଛି । ସାରା ଜିଲ୍ଲାରେ ଅର୍ଥାତ ବ୍ରଜରାଜନଗର, ବେଲପାହଡ଼ ଭଳି ଛୋଟିଆ ସହରରେ ଏହି କାରବାରର ନେଟୱାର୍କ ରହିଛି ।
ଦିନକୁ ଦିନ ଧଳା ଜହର ସମେତ ଅନ୍ୟାନ୍ୟ ନିଶା କାରବାର ଜିଲ୍ଲାରେ ବୃଦ୍ଧି ପାଇବାରେ ଲାଗିଛି । ଏହାର ଲିଙ୍କ ପଡୋଶୀ ରାଜ୍ୟ ପଶ୍ଚିମବଙ୍ଗ ଓ ଝାରଖଣ୍ଡକୁ ଲମ୍ବିଥିବାର ଜଣାପଡ଼ିଛି । ପୋଲିସ ପକ୍ଷରୁ ଚଢ଼ଉ କରାଯାଇ ଛୋଟ ଛୋଟ ବେପାରୀଙ୍କୁ ଗିରଫ କରି ସବୁ ସମାଧାନ କରିଦେଉଛି ବୋଲି ଭାବୁଛନ୍ତି । ହେଲେ ଧଳା ଜହର କେମିତି ଜିଲ୍ଲାରେ ପ୍ରବେଶ କଲା ଏବଂ ଏହାର ମୁଖ୍ୟ କାର୍ପଟଦାର କିଏ ଏବଂ ଏହାର ଚେର କେତେଦୂର ଲମ୍ବିଛି ? ସେ ସମ୍ପର୍କରେ କୌଣସି ସୂଚନା ନ ପାଇବା ପୋଲିସର ଦକ୍ଷତା ଉପରେ ପ୍ରଶ୍ନ ଚିହ୍ନ ଲଗାଉଛି । ଏ ପର୍ଯ୍ୟନ୍ତ ଅନେକ ଥର ବ୍ରାଉନ ସୁଗର ଜବତ ହେଉଛି । ଗତ ବୁଧବାର ପୁଣି ଜିଲ୍ଲାରେ ୬ ଜଣଙ୍କ ଠାରୁ ୧୫ ଗ୍ରାମ ୩୯ ମିଲିଗ୍ରାମ ବ୍ରାଉନସୁଗର ଧରିବା ସହିତ ଦେଶୀ ପିସ୍ତଲ ଜବତ କରି କୋର୍ଟ ଚାଲାଣ କରିଛି । ଶିଳ୍ପନଗରୀ ଝାରସୁଗୁଡାରେ ଚାଲିଛି ଧଳାଜହରର କରାବାର । ପୋଲିସ ବି କିଛି ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହିଁ । କଣ ପାଇଁ ଧଳା ଜହର ମାଫିଆକୁ ଧରୁନାହିଁ । ଯାହା ପୋଲିସର ପାରିବା ପଣିଆ ଉପରେ ପ୍ରଶ୍ନ ଉଠାଇଛନ୍ତି ସ୍ଥାନୀୟ ଲୋକେ ।
ଅଧିକ ପଢନ୍ତୁ :ଅବକାରୀ ବିଭାଗ ହାତରେ ଧାରା ପଡିଲେ ଗଞ୍ଜେଇ ଚୋରା ଚାଲାଣ କାରୀ