ପୋଲିସ ଉପସ୍ଥିତିରେ ଉପଜିଲ୍ଲାପାଳଙ୍କୁ ଆକ୍ରମଣ କଲେ ଗ୍ରାମବାସୀ
Khabar Odisha:The-villagers-attacked-the-sub-district-magistrate-in-the-presence-of-the-police
ନବରଙ୍ଗପୁର, ଏପ୍ରିଲ ୦୮ (ଖବର ଓଡ଼ିଶା):

ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଲକ ଝାଡ଼ବନ୍ଧଗୁଡାରେ ଉପଜିଲ୍ଲାପାଳ ଭାସ୍କର ରଇତଙ୍କ ଉପରେ ଆକ୍ରମଣ l ସୂଚନା ଅନୁସାରେ ଝାଡ଼ବନ୍ଧଗୁଡା ଗ୍ରାମର ଅଙ୍ଗନବାଡ଼ି କର୍ମୀ ସୁନିତା କୁମାରୀ ବାଘ ସରକାର ଯୋଗାଇ ଦେଇଥିବା ଖାଦ୍ୟ ଓ ଅଣ୍ଡା ପିଲାମାନଙ୍କୁ ଦେଉନଥିବା ଗ୍ରାମବାସୀ ଜିଲ୍ଲାପାଳଙ୍କ ପାଖରେ ଏକ ଲିଖିତ ଅଭିଯୋଗ କରିଥିଲେ l ଏହି ଅଭିଯୋଗକୁ ନେଇ ତଦନ୍ତ କରିବାକୁ ଉପଜିଲ୍ଲାପାଳ ଭାସ୍କର ରଇତ ସହ c.d.p.o ଝାଡବନ୍ଧଗୁଡା ଗ୍ରାମକୁ ଗସ୍ତ କରିଥିଲେ l ତଦନ୍ତ କରୁଥିବା ସମୟରେ ଗ୍ରାମର କେତକ ବ୍ୟକ୍ତି ଠେଙ୍ଗାବାଡ଼ି ଧରି ଆସି ଉପ ଜିଲ୍ଲାପାଳ ଅଙ୍ଗନବାଡି କର୍ମୀ ଙ୍କୁ ସପକ୍ଷରେ ଥିବା ଦର୍ଶାଇ ପାଟିତୁଣ୍ଡ କରିଥିଲେ l ଉପଜିଲ୍ଲାପାଳ ଓ ଉପସ୍ଥିତ ସରକାରୀ କର୍ମଚାରୀ ବୁଝାଇବାକୁ ଚେଷ୍ଟା କରିଥିଲେ ମଧ୍ୟ କେହି ନଶୁଣି ଠେଲା ପେଲା କରିଥିଲେ l ଏପରି ହୋଇଥିଲା ଯେ ଘଟଣା ସ୍ଥଳରେ ହିଁ ଉପ ଜିଲ୍ଲାପାଳଙ୍କୁ ଜଣେ ବ୍ୟକ୍ତି ଚାପୁଡ଼ା ମାରିଥିଲା l ଘଟଣା ସ୍ଥଳରେ ଅଳ୍ପ ସଂଖ୍ୟକ ପୋଲିସ କର୍ମଚାରୀ ଉପସ୍ଥିତ ଥିବାରୁ ଉତ୍ୟକ୍ତ ଗ୍ରାମବାନୀଙ୍କୁ ରୋକି ପାରିନଥିବା ଅଭିଯୋଗ ହୋଇଛି।

ଉପ ଜିଲ୍ଲାପାଳ ସ୍ଥାନୀୟ ଖାତିଗୁଡା ଥାନାରେ ଅଭିଯୋଗ କରିଥିବା ନେଇ ସୂଚନା ମିଳିଛି ବର୍ତମାନ କରୋନା ଭଳି ସଂକ୍ରମଣକୁ ନେଇଁ ଲକଡାଉନ ଜାରି ରହିଥିବା ବେଳେ ଉପଜିଲ୍ଲାପାଳଙ୍କୁ ଆକ୍ରମଣକୁ ନେଇଁ ସାଧାରଣରେ ସୁରକ୍ଷା ବ୍ୟବସ୍ଥା କଡାକଡି କରିବା ସଙ୍ଗେ ସଙ୍ଗେ ଦୋଷୀଙ୍କ ବିରୋଧରେ ଦୃଢ କାର୍ଯ୍ୟନୁଷ୍ଠାନ ନେବାକୁ ଦାବି ହେଉଛି l

  • Tags:

Subscribe

National International State Sports Entertainment