ବଢିଚାଲିଛି ଦନ୍ତା ହାତୀଙ୍କ ଆତଙ୍କ । ସହର ଉପକଣ୍ଠ ଗାଁରେ ବୁଲୁଛି ହାତୀ । ବରଗଡ଼ ର ପଦ୍ମପୁରରେ ଦାନ୍ତର ଆତଙ୍କ । ଘରୁ ଲୋକଙ୍କୁ ନବାହାରିବାକୁ ସଚେତନ କରୁଛି ବନବିଭାଗ । ପଦ୍ମପୁର ନିକଟସ୍ଥ ସତିଭଟା, ଦେଉଲି, ସାଲେଗେଡ଼ି ଓ ଦର୍ବେକେଲା ଗାଁରେ ବୁଲୁଛି ହାତୀ । ପଦ୍ମପୁର ଅଞ୍ଚଳ ଜଙ୍ଗଲ ନିକଟବର୍ତୀ ଗାଁ ଗୁଡ଼ିକରେ ହାତୀ ପଶୁଥିବାରୁ ଲୋକେ ଭୟଭୀତ ଅବସ୍ଥାରେ ଦିନ କାଟୁଛନ୍ତି ।
କିଛି ଦିନ ପୂର୍ବରୁ ଏକ ଦନ୍ତା ହାତୀ ପାଇକମାଲ ସହର ମଧ୍ୟକୁ ଚାଲି ଆସିଥିଲା ଯାହା ପାଇଁ ଅଞ୍ଚଳରେ ଅଘୋଷିତ କର୍ଫ୍ୟୁ ଘୋଷଣା କରାଯାଇଥିଲା । ତେବେ ଏହାରିମଧ୍ୟରେ ପୁଣି ପଦ୍ମପୁରରେ ଆତଙ୍କ ଖେଳାଉଛି ଦନ୍ତା ହାତୀ । ଲୋକମାନେ ଭୟରେ ବାହାରକୁ ବାହାରି ପାରୁନାହାନ୍ତି । ଏହି ଅସୁବିଧାର ସମାଧାନ ପାଇଁ କିଛି ପଦକ୍ଷେପ ନେବାକୁ ସ୍ଥାନୀୟ ଲୋକେ ଦାବି କରୁଛନ୍ତି ।
ଅଧିକ ପଢନ୍ତୁ :କାନ୍ଥ ଭୁଶୁଡ଼ି ବାପା ମୃତ ଓ ଗୁରୁତର