ରାତିରେ ଶୋଇଥିବା ବେଳେ ଲଗାଣ ବର୍ଷା ଯୋଗୁଁ ଭୁଶୁଡି ଗଲା ମାଟି କାନ୍ଥ। ମାଟି କାନ୍ଥ ତଳେ ଚାପି ହୋଇ ଜଣେ ମୃତ ଓ ଜଣେ ଗୁରୁତର। ସୁନ୍ଦରଗଡ଼ ବଡ଼ଗାଁ ଥାନା ଜରଙ୍ଗଲୋଇ ଗାଁରେ ଘଟିଛି ଏଭଳି ଘଟଣା। କାନ୍ଥ ଭୁଶୁଡ଼ି ବାପାର ମୃତ୍ୟୁ ଘଟିଥିବା ବେଳେ ପୁଅର ଅବସ୍ଥା ଗୁରୁତର ରହିଛି। ମୃତ ବ୍ୟକ୍ତି ଜଣଙ୍କ ହେଲେ କୁରୁନାଥ ସାନ୍ତା। ଆହତ ପୁଅକୁ ବଡ଼ଗାଁ ଡାକ୍ତରଖାନାରେ ଭର୍ତ୍ତି କରି ଚିକିତ୍ସା କରାଯାଉଛି।
ସୂଚନା ଅନୁଯାୟୀ , ଗତକାଲି ରାତିରେ କୁରୁନାଥ ନିଜ ପୁଅ ସହ ଘରେ ଶୋଇଥିଲେ। ବର୍ଷାରୁ ମାଟି କାନ୍ଥ ଓଦା ହୋଇ ବିଳମ୍ବିତ ରାତିରେ ଭୁଶୁଡ଼ି ପଡ଼ିଥିଲା। ଯେଉଁଥିରେ କାନ୍ଥ ତଳେ ବ୍ୟକ୍ତି ଜଣଙ୍କ ଚାପି ହୋଇ ଯାଇଥିଲେ ଏବଂ ପାଖରେ ଶୋଇଥିବା ପିଲାଟି ଅଳ୍ପକେ ବର୍ତ୍ତି ଯାଇଛି। ବାପପୁଅଙ୍କୁ ପରିବାର ଲୋକେ ଗୁରୁତର ଅବସ୍ଥାରେ ଉଦ୍ଧାର କରି ବଡ଼ଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଭର୍ତ୍ତି କରିଥିଲେ। କୁରୁନାଥଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ସୁନ୍ଦରଗଡ଼ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
ଅଧିକ ପଢନ୍ତୁ ; ଭୁବନେଶ୍ୱର ଲୋକସେବା ଭବନରେ ଲାଗିଲା ନିଆଁ