ବସ ସହ ଧକ୍କା ହେଲା ଆମ୍ବୁଲାନ୍ସ । ଏହି ଦୁର୍ଘଟଣା ଫଳରେ ୪ ଜଣ ଆହତ ହୋଇଛନ୍ତି । ବସକୁ ପଛପଟୁ ଧକ୍କା ଦେଲା ଆମ୍ବୁଲାନ୍ସ । ଫଳରେ ୪ ଜଣ ଲୋକ ଆମ୍ବୁଲାନ୍ସ ଫସି ରହିଥିଲେ । ସେମାନଙ୍କୁ ଉଦ୍ଧାର କରି ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଏଭଳି ଅଭାବନୀୟ ଘଟଣା ଘଟିଛି ଖୋର୍ଦ୍ଧରେ ।
ସୂଚନା ଅନୁଯାୟୀ, ଖୋର୍ଦ୍ଧା ୧୬ ନମ୍ବର ଜାତୀୟ ରାଜପଥରେ ଆଜି ଗୋଟିଏ ଆମ୍ବୁଲାନ୍ସ ରୋଗୀ ନେଇ ଯାଉଥିଲା । ଜାତୀୟ ରାଜପଥରେ ପିଏନ୍ କଲେଜ୍ ନିକଟରେ ଆମ୍ବୁଲାନ୍ସଟି ଗୋଟିଏ ଘରୋଇ ଇଞ୍ଜିନିୟରଙ୍ଗ କଲେଜର ବସ୍କୁ ପଛପଟୁ ଧକ୍କା ଦେଇଥିଲା। ଏହି ଦୁର୍ଘଟଣା ଫଳରେ ଆମ୍ବୁଲାନ୍ସଟି ପୁରା ଭାଙ୍ଗିଯାଇଥିଲା । ଆମ୍ବୁଲାନ୍ସ ୪ ଜଣ ଫସି ରହିଯାଇଥିଲେ । ସ୍ଥାନୀୟ ଲୋକେ ଆହତଙ୍କୁ ଉଦ୍ଧାର କରି ଭୁବନେଶ୍ୱର ଡାକ୍ତରଖାନାକୁ ପଠାଇଥିଲେ । କିନ୍ତୁ ରୋଗୀଙ୍କ ସମ୍ପର୍କୀୟ ଆମ୍ବୁଲାନ୍ସରେ ଫସି ରହିଥିବାରୁ ସ୍ଥାନୀୟ ଲୋକେ ସୁରକ୍ଷା କର୍ମୀଙ୍କୁ ଖବର ଜଣାଇଥିଲେ । ଖବର ପାଇ ସୁରକ୍ଷା କର୍ମୀ ଘଟଣା ସ୍ଥଳରେ ପହଞ୍ଚି ଗ୍ୟାସ କଟର ସାହାଯ୍ୟରେ କାଟି ଆହତଙ୍କୁ ଉଦ୍ଧାର କରି ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ତେବେ ଗାଡିର ବ୍ରେକ ଫେଲ ଯୋଗୁ ଏଭଳି ହୋଇଥିବା ସୂଚନା ମିଳିଛି ।