ମହାମାରୀ କରୋନା ସଙ୍କଟ ମଧ୍ୟରେ ଆସନ୍ତାକାଲି ଦୃଶ୍ୟମାନ ହେବ ଚଳିତ ବର୍ଷର ଦ୍ୱିତୀୟ ଚନ୍ଦ୍ର ଗ୍ରହଣ
Khabar Odisha:The-second-lunar-eclipse-of-the-current-year-will-be-seen-tomorrow-amid-the-epidemic-of-corona-disease
ଭୁବନେଶ୍ୱର, ଜୁନ ୦୪ (ଖବର ଓଡ଼ିଶା):

ଆସନ୍ତାକାଲି ଅନୁଷ୍ଠିତ ହେବ ଚଳିତ ବର୍ଷର ଦ୍ୱିତୀୟ ଚନ୍ଦ୍ର ଗ୍ରହଣ | ମହାମାରୀ କରୋନା ସଙ୍କଟ ମଧ୍ୟରେ ଏହି ସମୟରେ ପଡୁଥିବା ଏହି ଚନ୍ଦ୍ର ଗ୍ରହଣକୁ ନେଇ ଜ୍ୟୋର୍ତିବିଦଙ୍କ ମଧ୍ୟରେ ଅନେକ କଳ୍ପନା ଜଳ୍ପନା ପ୍ରକାଶ ପାଇଛି । ଆସନ୍ତାକାଲି ପଡୁଥିବା ଏହି ଚନ୍ଦ୍ରଗ୍ରହଣକୁ କେତେକ ଜ୍ୟୋତିର୍ବିଜ୍ଞାନ ତଥା ଜ୍ୟୋତିଷ ଶାସ୍ତ୍ର ପାଇଁ ସ୍ୱତନ୍ତ୍ର ବୋଲି ବିବେଚନା କରୁଥିବା ବେଳେ ଆଉ କେତେକ ଜ୍ୟୋର୍ତିବିଦ ଏହାକୁ ନେଇ ଭିନ୍ନ ଭିନ୍ନ ଆକଳନ କରିଛନ୍ତି  | ତେବେ ଯିଏ ଯାହା କହୁ ଆମେ ମାନେ ଆସନ୍ତାକାଲି ଏହି ବିରଳ ମହାଜାଗତିକ ଦୃଶ୍ୟ ଦେଖି ପାରିବା ।

ଚନ୍ଦ୍ରଗ୍ରହଣ ସମୟରେ ଚନ୍ଦ୍ର ପୃଥିବୀର ଛାଇରେ ତିନି ଘଣ୍ଟା ରହିବେ। ଏହି ପରିସ୍ଥିତିରେ, ଚନ୍ଦ୍ରରେ ଏକ ଧୁଆଁଳିଆ ସ୍ତର ଦେଖାଯାଏ | ଚନ୍ଦ୍ରର ଆକାର ପ୍ରଭାବିତ ହେବ ନାହିଁ | କିନ୍ତୁ ପୁର୍ଣ୍ଣମାସି ହେତୁ ଚନ୍ଦ୍ରର ସୌନ୍ଦର୍ଯ୍ୟ ଖୁବ ସୁନ୍ଦର ଦେଖାଯିବ | ଆସନ୍ତାକାଲିର ଚନ୍ଦ୍ରଗ୍ରହଣ ରାତି 11:23 ରେ ଆରମ୍ଭ ହେବ ଯାହା ବିଳମ୍ବିତ ରାତି 2:34 ପର୍ଯ୍ୟନ୍ତ ଦୃଶ୍ୟମାନ ହେବ ବୋଲି ଜଣାପଡିଛି |

  • Tags:

Subscribe

National International State Sports Entertainment