୫ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ଟିମ୍ ହାତରେ ଧରାପଡ଼ିଲେ ଥାନା ଏଏସଆଇ ଭୁବନେଶ୍ବର, ଅଗଷ୍ଟ ୦୩ (ଖବର ଓଡ଼ିଶା): Share story: ୫ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭୁବନେଶ୍ବର ଭିଜିଲାନ୍ସ ଟିମ୍ ହାତରେ ଧରାପଡ଼ିଲେ ଥାନା ଏଏସଆଇ । ବାଲିପାଟଣା ଥାନା ଏଏସଆଇ ପୁଷ୍ପଲତା ପାଇକରାୟ ୨୦୨୦ ମସିହାର ଏକ ମାରପିଟ୍ କେସ୍ ପାଇଁ ଲାଞ୍ଚ ନେଉଥିଲେ । ଏହି ସମୟରେ ପୁର୍ବ ଯୋଜନା ମୂତାବକ ଧରିଥିଲା ୭ ଜଣିଆ ଭିଜିଲାନ୍ସ ଟିମ୍ । ଆକ୍ରମଣକାରୀଙ୍କୁ ଗିରଫ କରିବା ଏବଂ କେସ୍ର ଉପଯୁକ୍ତ ତଦନ୍ତ କରିବା ପାଇଁ ୫ ହଜାର ଟଙ୍କା ଦାବି କରିଥିଲେ । ଏ ନେଇ ନୃସିଂହ ଭିଜିଲାନ୍ସରେ ଲିଖିତ ଅଭିଯୋଗ କରିଥିଲେ । ୫ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭୁବନେଶ୍ବର ଭିଜିଲାନ୍ସ ଟିମ୍ ହାତରେ ଧରାପଡ଼ିଲେ ଥାନା ଏଏସଆଇ ଖବର ଓଡ଼ିଶା, Reporter, 03/08/2022