ଜଳିଗଲା ଯାତ୍ରୀବାହୀ ବସ୍ । ନିଆଁ ଲାଗିବା ପରେ କିଛି ଯାତ୍ରୀ ବସ୍ର କାଚ ଝରକା ଭାଙ୍ଗି ବାହାରକୁ ଡେଇଁପଡିଲେ । ସୂଚନା ଅନୁସାରେ , କୋଲକାତାରୁ ପାରାଦୀପ ଆସୁଥିବା ଶିବମ ବସ ଖଡ଼ଗପୁର ଡେବ୍ରା ମାଧପୁର ଠାରେ ଏକ ବସ ନିଆଁ ଲାଗି ଜଳିଯାଇଛି ।
ଏହି ଅଗ୍ନିକାଣ୍ଡଟି ଗତକାଲି ରାତି ପ୍ରାୟେ ସାଢେ ୯ଟା ସମୟରେ ଘଟିଛି । ନିଆଁ ଲାଗିବାରୁ କିଛି ଯାତ୍ରୀ ନିଜ ଜୀବନ ବଞ୍ଚେଇବାକୁ ଯାଇ ବସ୍ ର ଝରକା କାଚ ଭାଙ୍ଗି ବାହାରକୁ ଡେଇଁପଡ଼ିଥିଲେ । ଫଳରେ ଅନେକ ଯାତ୍ରୀ ଗୁରୁତର ଆହତ ହୋଇଛନ୍ତି । ଆହତ ଯାତ୍ରୀଙ୍କୁ ଉଦ୍ଧାର କରାଯାଇ ନିକଟସ୍ଥ ଡାକ୍ତରଖାନାରେ ଭର୍ତି କରାଯାଇଛି । ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛି । ବସରେ ଥିବା ସମସ୍ତ ସାମଗ୍ରୀ ପୋଡି ନଷ୍ଟ ହୋଇଯାଇଛି । ଅନ୍ୟପଟେ ଏହି ଅଗ୍ନିକାଣ୍ଡ ପରଠାରୁ ବସ୍ର ଡ୍ରାଇଭର୍, କଣ୍ଡକ୍ଟର ଓ ହେଲ୍ପର୍ ଫେରାର ଥିବାର ଜଣାପଡିଛି । ସ୍ଥାନୀୟ ପ୍ରଶାସନର ଅଧିକାରୀମାନେ ହସ୍ପିଟାଲରେ ପହଞ୍ଚି ଆହତମାନଙ୍କୁ ଭେଟିଛନ୍ତି । ତାଙ୍କ ଚିକିତ୍ସା ସମ୍ପର୍କରେ ସମସ୍ତ କଥା ବୁଝିଛନ୍ତି । ଆଜି ଭୋର୍ ୫ଟା ବେଳେ ବସ୍ଟି ପାରାଦୀପରେ ପହଞ୍ଚିଥାଆନ୍ତା । ଆହତମାନଙ୍କ ମଧ୍ୟରୁ ୧୬ ଜଣ କେନ୍ଦ୍ରାପଡ଼ାର ହୋଇଥିବା ବେଳେ ପାରାଦୀପର ୨ଜଣ ଓ ଯାଜପୁରର ୭ଜଣ ଥିବା ଜଣାପଡ଼ିଛି ।
ଆଗକୁ ପଢନ୍ତୁ :- ମାରଣାସ୍ତ୍ର ଓ ବନ୍ଧୁକ ଦେଖାଇ ଲୁଟିନେଲେ କୋଟି କୋଟି ଟଙ୍କା