ମାଟି ଧସିଯିବାରୁ ଅତଡ଼ା ତଳେ ଚାପି ହୋଇଗଲେ ଶ୍ରମିକ । ଏଭଳି ଅଘଟଣ ଘଟିଛି କଟକ ମାଲଗୋଦାମ ଅଞ୍ଚଳରେ । ନିର୍ମାଣ କାମ ଚାଲୁଥିବା ବେଳେ ହଠାତ ମାଟି ଅତଡ଼ା ଧସି ଯାଇଥିଲା । ଏହା ତଳେ ଚାପି ହୋଇଯାଇଥିଲେ କାମ କରୁଥିବା ଶ୍ରମିକ । ତେବେ ଏପରି ଏକ ଅଘଟଣ କଟକର ନିର୍ମାଣ କାମ ବେଳେ ଘଟିଛି । ଅଣନିଶ୍ବାସୀ ହୋଇ ଚିତ୍କାର କରିବାରୁ ସ୍ଥାନୀୟ ଲୋକେ, ଅନ୍ୟ ସାଥୀ ଶ୍ରମିକ ପହଞ୍ଚି ଉଦ୍ଧାର ପାଇଁ ଉଦ୍ୟମ କରିଥିଲେ । ଏହାସହ ଅଗ୍ନିଶମ ବିଭାଗକୁ ଖବର ଦିଆଯାଇଥିଲା । ସମସ୍ତେ ମିଶି ଶ୍ରମିକଙ୍କୁ ମାଟି ଅତଡ଼ା ତଳୁ ଉଦ୍ଧାର କରିଥିଲେ । ଗୁରୁତର ଅବସ୍ଥାରେ ତାଙ୍କୁ ଏସସିବି ମେଡିକାଲରେ ଭର୍ତ୍ତି କରାଯାଇଛି । ଆହତ ଶ୍ରମିକଙ୍କଘର ଜଗତସିଂହପୁରେ ବୋଲି ସୂଚନା ମିଳିଛି ।
ଅଧିକ ପଢନ୍ତୁ: ଭୁବନେଶ୍ୱରରୁ ୨.୫ କୋଟି ସୁନା ଯବତ କରିଛି ଆୟକର ବିଭାଗ