ବାଇକ୍ ନିକଟରୁ ଜଣେ ଯୁବକଙ୍କ କ୍ଷତବିକ୍ଷତ ମୃତଦେହ ଉଦ୍ଧାର। ଏଭଳି ଅଭାବନୀୟ ଘଟଣା ନବରଙ୍ଗପୁର ଉମରକୋଟ ଥାନା ପନାରୁଚୁଆ ଗାଁରେ ଘଟିଛି। ତେବେ ମୃତ ଯୁବକ ଜଣଙ୍କ ଜାମରଣ୍ଡା ଗାଁର ବୋଲି ଜଣାପଡିଛି। ପୋଲିସ ମୃତଦେହ ଉଦ୍ଧାର କରିବା ସହିତ ଶବ ବ୍ୟବଚ୍ଛେଦ ପାଇଁ ପଠାଇଛି।
ସୂଚନା ମୁତାବକ, ନବରଙ୍ଗପୁର ଉମରକୋଟ ଥାନା ପନାରୁଚୁଆ ଗାଁ ନିକଟରେ ଜଣେ ଯୁବକଙ୍କ କ୍ଷତବିକ୍ଷତ ମୃତଦେହ ପଡିଥିଲା। ଏପରିକି ମୃତଦେହ ନିକଟରେ ଏକ ବାଇକ୍ ମଧ୍ୟ ପଡିରହିଛି। ତ ଯୁବକ ଜଣଙ୍କ ଜାମରଣ୍ଡା ଗାଁର ବୋଲି ଜଣାପଡିଛି। ତେବେ ପାରିପାଶ୍ୱିକ ପରିସ୍ଥିତିକୁ ଦେଖିଲେ ଏହା ହତ୍ୟାକାଣ୍ଡ ବୋଲି ସନ୍ଦେହ କରୁଛି ପୋଲିସ। ତେବେ ଏ ନେଇ ମୃତ ଯୁବଙ୍କର ପରିବାର ଲୋକେ ପୋଲିସ ନିକଟରେ ଅଭିଯୋଗ କରିବା ପରେ ଉମରକୋଟ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ କରୁଛନ୍ତି