ବଲାଙ୍ଗିର ଜଗନ୍ନାଥପଡ଼ା ପ୍ରସିଦ୍ଧ ରାମଲୀଳାରେ ଗତ ରାତିରେ ମଂଚସ୍ଥ ହୋଇଛି ସୁର୍ପଣଖାର ନାଶାକର୍ଣ୍ଣ ଛେଦନ। ଖୁବ୍ ସୁନ୍ଦର ଭାବେ କଳାକାରମାନେ ଅଭିନୟ କରି ଦର୍ଶକମାନଙ୍କ ମନ ମୋହିଛନ୍ତି। ଲଙ୍କାପତି ରାବଣ ନିଜ ଭଉଣୀ ସୁର୍ପଣଖାର ନାଶା କର୍ଣ୍ଣ ଛେଦନ ସମ୍ବାଦ ପାଇ ସୀତା ହରଣ ପାଇଁ ନିଷ୍ପତ୍ତି ନେଇଥିବା ମଞ୍ଚରେ ଦେଖିବାକୁ ମିଳିଥିଲା। ତେବେ ରାବଣ ଭୂମିକାରେ ଅବତୀର୍ଣ୍ଣ ହୋଇଥିବା କଳାକାରଙ୍କ ନିଖୁଣ ଅଭିନୟରେ ବେଶ୍ ବିମୋହିତ ହୋଇଥିଲେ ଦର୍ଶକ।
ଜଗନ୍ନାଥପଡ଼ାରା ପ୍ରସିଦ୍ଧ ଏହି ରାମଲୀଳାରେ ରାବଣ ଭୂମିକାରେ ଅଭିନୟ କରିଛନ୍ତି ଜଣେ ପ୍ରସୂତି ବିଭାଗ ବିଶେଷଜ୍ଞ ଡାକ୍ତର ରୁଦ୍ର ନାରାୟଣ ପଟେଲ। ଦିନ ବେଳା ରୋଗୀ ସେବାରେ ନିୟୋଜିତ ହେଉଥିବା ଡାକ୍ତର ରାତିରେ ରାବଣ ଭୂମିକାରେ ରାମଲୀଳା ମଂଚରେ ନିଜ ଅଭିନୟରେ ଦର୍ଶକଙ୍କ ମନ ମୋହିଛନ୍ତି। ତେବେ ଡାକ୍ତର ରୁଦ୍ର ନାରାୟଣ ରାବଣ ଭୂମିକାରେ ଅଭିନୟ କରି ନିଜେ ମଧ୍ୟ ବେଶ୍ ଆନନ୍ଦିତ ଥିବା କହିଛନ୍ତି। ହଜାର ହଜାର ଦର୍ଶକଙ୍କ ସମ୍ମୁଖରେ ଅଭିନୟ କରି ସେ ଅପୂର୍ବ ଆନନ୍ଦ ପାଆନ୍ତି ବୋଲି ନିଜେ କୁହନ୍ତି। ଏପରିକି ସେ ରୋଗୀ ସେବା କରିବା ସହିତ ରାମଲୀଳା ମଞ୍ଚରେ ଅଭିନୟ କରିବା ଏହି ଦୁଇଟି କାର୍ଯ୍ୟ ତାଙ୍କୁ ବେଶ ଆନନ୍ଦ ଦେଉଛି।