ନେଉଥିଲେ ଲାଞ୍ଚ ଧରାପଡି ଗିରଫ ହେଲେ ଅଭିଯୁକ୍ତ । ଲାଞ୍ଚ ନେଉଥିବା ଅଭିଯୋଗରେ ଭିଜିଲାନ୍ସ ଦ୍ବାରା ଗିରଫ ହୋଇଥିବା ଜିଲ୍ଲା ମୁଖ୍ୟ ଯୋଗାଣ ଅଧିକାରୀ ପ୍ରଭାକର ପାତ୍ରଙ୍କୁ ଆଜି କୋର୍ଟଚାଲାଣ କରାଯାଇଛି । ଆଜି ଅପରାହ୍ନରେ ତାଙ୍କୁ ସ୍ଵତନ୍ତ୍ର ଭିଜିଲାନ୍ସ କୋର୍ଟକୁ ଚାଲାଣ କରାଯାଇଥିବା ଜଣାପଡିଛି ।
ସୂଚନା ଅନୁସାରେ, ତୁଷୁରାର ଗଜାନନ ରାଇସ ମିଲ ମାଲିକ ଠାରୁ ବିଲ କରିଦେବା ପାଇଁ ୫୦ ହଜାର ଟଙ୍କା ଦାବି କରିଥିଲେ । ଏନେଇ ମିଲ ମାଲିକ ଭିଜିଲାନ୍ସ ରେ ଅଭିଯୋଗ କରିବା ପରେ ସି ଏସ ଓ ଙ୍କୁ ଧରିବାକୁ ଭିଜିଲାନ୍ସ ଜାଲ ବିଛାଇଥିଲା । ୫୦ ହଜାର ଟଙ୍କା ନେଉଥିବା ବେଳେ ତାଙ୍କୁ ଧରିଥିଲା ଭିଜଲାନ୍ସ । ବଲାଙ୍ଗିର କାର୍ଯ୍ୟଳୟ ସମେତ ସାଲେପାଲି ସ୍ଥିତ ସିଲିକନ ଭେଲୀ ଠାରେ ରହୁଥିଵା ଭଡା ଘର, ବ୍ରହ୍ମପୁର, ବାରିପଦର ସ୍ଥିତ ଘର ଏଵଂ ଭୁବନେଶ୍ବର ସ୍ଥିତ ଘର ଏମିତି ୪ ଟି ସ୍ଥାନରେ ଚଢ଼ାଉ ଚାଲିଥିଲା । ଭିଜିଲାନ୍ସ ଦଳର ମୋଟ ୪ ଜଣ ଟିମ ଚାରିଟି ଯାକ ସ୍ଥାନରେ ଚଢ଼ାଉ କରିଥିଲେ ।
ତେବେ ବଲାଙ୍ଗିରରୁ ନଗଦ ୪ ଲକ୍ଷ ରୁ ଉର୍ଦ୍ଧ ଟଙ୍କା, ସୁନା ଗହଣା ଏବଂ କିଛି ଗୁରୁତ୍ତ୍ଵପୂର୍ଣ୍ଣ କାଗଜ ପତ୍ର ଜବତ ହୋଇଥିବା ଜଣାପଡିଛି । ପଚରା ଉଚୁରା ପାଇଁ ତାଙ୍କୁ ସୋନପୁର ନିଆଯାଇଥିବା ବେଳେ ଆଜି ବଲାଙ୍ଗିର ସ୍ଵତନ୍ତ୍ର କୋର୍ଟ ରେ ଉପସ୍ଥାପନ କରାଯାଇଛି।