ବଲାଙ୍ଗୀର : ରେଳ ଷ୍ଟେସନ ପାଖରେ ପଡ଼ିରହିଛି ଜଣେ ଯୁବକଙ୍କ ମୃତଦେହ। ଯୁବକଙ୍କ ଶରୀରରେ ରହିଛି ଅନେକ କ୍ଷତ ଦାଗ। ଏପରିକି ମୃତଦେହ ନିକଟରେ ଏକ ବୁଲେଟ ସହିତ ମାଦକ ସାମଗ୍ରୀ ପଡ଼ିରହିଛି। ତେବେ ଖବରପାଇ ପୋଲିସ ଘଟଣାସ୍ଥଳରେ ପହଂଚି ବଲାଙ୍ଗୀର ଜିଲ୍ଲା ରହେନଭାଟା ରେଳ ଷ୍ଟେସନ ନିକଟରୁ ମୃତଦେହକୁ ଉଦ୍ଧାର କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇଛି। ତେବେ ମୃତଙ୍କ ପରିଚୟ ଅସ୍ପଷ୍ଟ ରହିଛି। ତେଣୁ ପୋଲିସ ଅଧିକ ତଦନ୍ତ ଜାରି ରଖିଛି।
ସୂଚନା ଅନୁସାରେ, ଶନିବାର ସକାଳ ସମୟରେ କିଛି ଲୋକ ମୁରିବାହାଲ ବ୍ଲକ ରହେନଭାଟା ରେଳ ଷ୍ଟେସନ ଦେଇ ଯାଉଥିବା ବେଳେ ରେଳ ଷ୍ଟେସନ ପାଖରେ ଜଣେ ଯୁବକଙ୍କ ମୃତଦେହ ପଡିଥିବାର ଦେଖିବାକୁ ପାଇଥିଲେ। ଏହାପରେ ତୁରନ୍ତ ପୋଲିସକୁ ଖବର ଦେଇଥିଲେ। ଖବରପାଇ ପୋଲିସ ଘଟଣାସ୍ଥଳରେ ପହଂଚି ମୃତଦେହକୁ ଉଦ୍ଧାର କରିଥିଲେ। ତେବେ ପୋଲିସର ଅଧିକ ଛାନଭିନ ବେଳେ ମୃତକଙ୍କ ନିକଟରୁ ଏକ ବୁଲେଟ ଗାଡି ଏବଂ କିଛି ମାଦକ ଦ୍ରବ୍ୟ ପାଇଛି। ତେବେ ଯୁବକଙ୍କ ଶରୀରରେ ଗଭୀର ଆଘାତ ଲାଗିଥିବାରୁ ତାଙ୍କୁ କେହି ହତ୍ୟା କରିଥିବା ସନ୍ଦେହ କରୁଛି ପୋଲିସ।