ବ୍ରହ୍ମପୁର: ବ୍ରହ୍ମପୁର ନିମଖଣ୍ଡି ଥାନା ଫୁଲଟା ଗାଁରେ ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ବିବାଦ ହେବାରୁ ବୋମାମାଡ ହୋଇଛି । ଫଳରେ ଜଣେ ଆହତ ହୋଇଛନ୍ତି । ପୋଲିସ ଘଟଣାର ତଦନ୍ତ ଜାରି କରିଛି ।
ସୂଚନା ଅନୁସାରେ, ଫୁଲଟା ଗାଁରେ କୌଣସି କାରଣରୁ ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ବିବାଦ ହୋଇଥିଲା । ଯାହା ଉଗ୍ରରୂପ ନେଇ ବୋମାମାଡ ଭଳି ପରିସ୍ଥିତି ସୃଷ୍ଟି କରିଥିଲା । ଦୁଇ ଗୋଷ୍ଠୀ ମଧ୍ୟରେ ମୁହାଁମୁହିଁ ହୋଇ ବୋମାମାଡ ହୋଇଥିଲା । ଏହି ଘଟଣାରେ ଜଣେ ବ୍ୟକ୍ତି ଆହତ ହୋଇଛନ୍ତି । ସ୍ଥାନୀୟ ଲୋକେ, ତୁରନ୍ତ ତାଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଥିଲେ । ଘଟଣା ପରେ ଗାଁରେ ଅଶାନ୍ତ ପରିସ୍ଥିତି ସୃଷ୍ଟି ହୋଇଛି । ସେଥିପାଇଁ ଗାଁରେ ଦୁଇ ପ୍ଲାଟୁନ୍ ଫୋର୍ସ ମୁତୟନ ହୋଇଛନ୍ତି । କେଉଁ କାରଣରୁ ବୋମାମାଡ଼ ହୋଇଛି ପୋଲିସ ତାହାର ତଦନ୍ତ ଜାରି କରିଛି ।