କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ କେ.ବାଲିପାଳ ପଞ୍ଚାୟତର ପୂର୍ବତନ ସରପଞ୍ଚ ରମ୍ଭା ପାତ୍ର ଓ ତାଙ୍କ ସ୍ୱାମୀ ନିରଞ୍ଜନ ପାତ୍ରଙ୍କୁ କେହି ଦୁର୍ବୁତ୍ତ ହତ୍ୟା କରି କୂଅରେ ଫିଙ୍ଗି ଦେଇଛି। କୂଅ ଭିତରେ ୨ଟିଯାକ ଶବ ପଡିଥିବା ଦେଖିବାକୁ ପାଇଥିଲେ ନିରଞ୍ଜନ ଙ୍କ ପୁତୁରା ଏବଂ ଏହାପରେ ସୋସୋ ଥାନାରେ ଅଭିଯୋଗ କରିଛନ୍ତି। ପୂର୍ବତନ ସରପଞ୍ଚ ଏବଂ ତାଙ୍କ ସ୍ୱାମୀ ମୟୂରନଚା ଗ୍ରାମରେ ରହୁଥିଲେ। ନିରଞ୍ଜନ ବଉଳା ଫାଣ୍ଡିର ଗ୍ରାମରକ୍ଷୀ ଥିବାବେଳେ ତାଙ୍କ ସ୍ତ୍ରୀ ରମ୍ଭା ପାତ୍ର ପୂର୍ବରୁ କେ ବାଲିପାଳ ପଂଚାୟତର ସରପଞ୍ଚ ଥିଲେ।ଏହି ଦମ୍ପତିଙ୍କୁ କିଏ ଓ କାହିଁକି ହତ୍ୟା କଲା ଏହାର କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ ।
ସୂଚନା ଅନୁସାରେ, ଗତକାଲି ଗାଁ ଲୋକ ପୂର୍ବତନ ସରପଞ୍ଚଙ୍କ ଘରକୁ ଯାଇଥିବାବେଳେ ଘରେ କେହି ଲୋକ ନଥିଲେ। ଗ୍ରାମରକ୍ଷୀ ନିରଞ୍ଜନ ପାତ୍ରଙ୍କ ନାମଧରି ଡାକିଥିଲେ ବି କେହି ନ ଶୁଣିବାରୁ କବାଟ ଖୋଲି ବାଡି ଭିତରକୁ ଯାଇଥିଲେ। ବାଡି ଭିତରେ ରକ୍ତ ପଡ଼ିଥିବାର ଦେଖିବା ସହିତ କୂଅରେ ରମ୍ଭାମଣୀଙ୍କ ମୃତଦେହ ପଡ଼ିଥିବାର ଦେଖିବାକୁ ପାଇଥିଲେ। କୂଅ ଭିତରେ ୨ଟିଯାକ ଶବ ପଡିଥିବା ଦେଖିବାକୁ ପାଇଥିଲେ ନିରଞ୍ଜନ ଙ୍କ ପୁତୁରା ଏବଂ ଏହାପରେ ସୋସୋ ଥାନାରେ ଅଭିଯୋଗ କରିଛନ୍ତି। ଖବରପାଇ ଆଜି ସକାଳୁ ସୋସୋ ଥାନା ପୋଲିସ ଶବକୁ ଉଦ୍ଧାର କରିବା ସହିତ ଘଟଣାର ଅଧିକ ତଦନ୍ତ ଚଳାଇଛି।
ଅଧିକ ପଢନ୍ତୁ ; ଭିଜିଲାନ୍ସ ଜାଲରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ଅଧିକାରୀ