ସାମ୍ଭାବ୍ୟ ବାତ୍ୟା ‘ଜୱାଦ’କୁ ନେଇ ସୂଚନା ଦେଲେ SRC
Khabar Odisha:The-SRC-has-warned-of-possible-storms-in-Jawad

ଭୁବନେଶ୍ୱର, ଡିସେମ୍ବର ୨(ଖବର ଓଡ଼ିଶା): ଘନଉଛି ବାତ୍ୟା ବିପଦ । ଓଡ଼ିଶା ଓ ଆନ୍ଧ୍ର ମୁହାଁ ବାତ୍ୟା ଜୱାଦ । ସାମ୍ଭାବ୍ୟ ଘୂର୍ଣ୍ଣିଝଡକୁ ନେଇ ଏବେଠାରୁ ଅଶାନ୍ତ ହେଲାଣି ସମୁଦ୍ର ।

ଜୱାଦ ପାଇଁ ଉଭୟ ଓଡ଼ିଶା ଓ ଆନ୍ଧ୍ରପ୍ରଦେଶକୁ ୱାଣ୍ଣିଂ ଜାରି କରାଯାଇଥିବା ବେଳେ ଆଜି ଏହି ପ୍ରସଙ୍ଗକୁ ନେଇ ସୂଚନା ଦେଇଛନ୍ତି ରାଜ୍ୟ ସ୍ୱତନ୍ତ୍ର ରିଲିଫ୍ କମିଶନର ପ୍ରଦୀପ୍ ଜେନା ।

ବାତ୍ୟା ପୂର୍ବରୁ ତଳିଆ ଅଞ୍ଚଳରେ କଚ୍ଚା ଘରେ ରହୁଥିବା ଲୋକଙ୍କୁ ସ୍ଥାନାନ୍ତରଣ କରାଯିବ । ଏହାସହିତ ବାତ୍ୟା ଆଶ୍ରୟସ୍ଥଳରେ ସମସ୍ତ ପ୍ରକାର କୋଭିଡ୍ କଟକଣାକୁ କଡାକଡି ଭାବରେ ପାଳନ କରାଯିବ ବୋଲି ଆଜି ପ୍ରେସମିଟ୍ କରି ଏସଆରସି ସୂଚନା ଦେଇଛନ୍ତି ।

ବାତ୍ୟା ମୁକାବିଲା ପାଇଁ ୬୦ ଓଡ୍ରାଫ୍ଟ, ୧୯ ଏନଡିଆରଏଫ୍‌, ୧୭୨ଟି ଅଗ୍ନିଶ୍ରମ ଟିମ୍ ମୁତୟନ କରାଯିବ । ପୁରା ସ୍ଥିତି ଉପରେ ଜିଲ୍ଲାପାଳ ମାନେ ନଜର ରଖିବେ ।

ବର୍ତ୍ତମାନ ସୁଦ୍ଧା ବାତ୍ୟାର ଗତିପଥ ସ୍ପଷ୍ଟ ହୋଇନଥିବାରୁ ଆକ୍ସନ ଟେକେନ୍ ଆରମ୍ଭ ହୋଇନାହିଁ ମାତ୍ର ଜିଲ୍ଲାପାଳ ମାନେ ସଜାଗ ରହିଛନ୍ତି ।

ବାତ୍ୟା ପ୍ରବଣ ଅଞ୍ଚଳରେ ସମସ୍ତ ସ୍କୁଲ , ପଞ୍ଚାୟତ ଘର ଓ ଅଙ୍ଗନୱାଡୀ କେନ୍ଦ୍ର ଖୋଲା ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ଏସଆରସି । ବାତ୍ୟା ସମୟରେ ଏହି ସ୍ଥାନ ଗୁଡିକରେ ଲୋକମାନେ ଆଶ୍ରୟ ନେଇପାରିବେ ।

ତେବେ ମତ୍ସ୍ୟଜୀବୀ ମାନଙ୍କୁ ସମୁଦ୍ରରୁ ଫେରିଆସିବାକୁ ନିର୍ଦ୍ଦେଶ ରହିଛି । ୩-୫ ପର୍ଯ୍ୟନ୍ତ ମାଛ ଧରା କାର୍ଯ୍ୟ ବନ୍ଦ ରହିବ । ଅନ୍ୟପଟେ ଧାନ କଟା ସମୟ ହୋଇଥିବାରୁ ବର୍ଷା ପୂର୍ବରୁ ଧାନ କାଟି ଆଣିବା ପାଇଁ ଆଲର୍ଟ କରାଯାଇଛି ।

  • Tags:

Subscribe

National International State Sports Entertainment