ଗଣଶିକ୍ଷା ମନ୍ତ୍ରୀଙ୍କୁ ସୁରକ୍ଷା ଦେଉଛନ୍ତି ମୁଖ୍ୟମନ୍ତ୍ରୀ! ୭ ଦିନ ଭିତରେ ଗିରଫ ନକରାଗଲେ ନବୀନ ନିବାସ ଘେରାଉ: ଛାତ୍ର କଂଗ୍ରେସ ଭୁବନେଶ୍ୱର ,ସେପ୍ଟେମ୍ବର 28(ଖବର ଓଡ଼ିଶା): Share story: ଜିଲ୍ଲା ପରିଷଦ ସଭ୍ୟ ଧର୍ମେନ୍ଦ୍ର ସାହୁଙ୍କ ଆତ୍ମହତ୍ୟା ଘଟଣା ଏବେ ରାଜନୈତିକ ମୋଡ଼ ନେବାରେ ଲାଗିଛି । ସୋସିଆଲ ମିଡ଼ିଆରେ ୫ଜଣ ଙ୍କୁ ଧର୍ମେନ୍ଦ୍ର ଦୋଷୀ କରିଥିବା ବେଳେ ଏହାର ସତ୍ୟାସତ୍ୟ ଯାଞ୍ଚ କରିବା ପାଇଁ ତାଙ୍କ ବାସଭବନରେ ପହଂଚିଛି ପୋଲିସ୍ । ତେବେ ଏହି ଘଟଣାରେ ସବୁଠାରୁ ଚାଞ୍ଚଲ୍ୟକର କଥା ହେଉଛି ଦ୍ୱିତୀୟରେ ଦାୟୀ କରିଥିବା ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ।ତେବେ ଏହି ଘଟଣାକୁ ନେଇ ବତ୍ତର୍ମାନ ଛାତ୍ର କଂଗ୍ରେସ ବିକ୍ଷୋଭ ପ୍ରଦର୍ଶନ କରିଛି । ମନ୍ତ୍ରୀଙ୍କ ସରକାରୀ ବାସଭବନ ଆଗରେ ଅଣ୍ଡା ଓ ଟମାଟୋ ମାଡ଼ କରାଯାଇଛି । ଏହା ଛଡ଼ା ମନ୍ତ୍ରୀଙ୍କ ବାସଭବନକୁ ଧସେଇ ହୋଇ ପସିବାକୁ ଚେଷ୍ଟା କରୁଥିବା ବେଳେ ପୋଲିସ୍ ସହ ଧସ୍ତାଧସ୍ତି ମଧ୍ୟ ହୋଇଛନ୍ତି । ଏପରିକି ମୁଖ୍ୟମନ୍ତ୍ରୀ ଗଣଶିକ୍ଷା ମନ୍ତ୍ରୀଙ୍କୁ ସୁରକ୍ଷା ଦେଉଥିବା କଥା ମଧ୍ୟ କହିଛନ୍ତି ଛାତ୍ର କଂଗ୍ରେସ । ୭ ଦିନ ଭିତରେ ଗିରଫ ନକରାଗଲେ ନବୀନ ନିବାସ ଘେରାଉ ପାଇଁ ମଧ୍ୟ ଆହ୍ୱାନ ଦିଆଯାଇଛି । ଖବର ଓଡ଼ିଶା, Reporter, 28/09/2022