ବୌଦ୍ଧ: ବୌଦ୍ଧ ଜିଲ୍ଲାର ସର୍ବାଧିକ ଲୋକପ୍ରିୟ ମହୋତ୍ସବ ଭାବେ ଜଣାଶୁଣା ବୌଦ୍ଧର ଅଧିଷ୍ଠାତ୍ରୀ ଦେବୀଙ୍କ ଭୈରବୀ ମହୋତ୍ସବ। ଯାହା ଶାନ୍ତି ଶୃଙ୍ଖଳାର ସହିତ ବୁଧବାର ଉଦଯାପିତ ହୋଇଯାଇଛି। ଏହି ମହୋତ୍ସବର ଶେଷ ଦିନରେ ମୁଖ୍ୟ ଅତିଥି ଭାବେ ବୌଦ୍ଧ ବିଧାୟକ ସରୋଜ କୁମାର ପ୍ରଧାନ ଏବଂ ସମ୍ମାନିତ ଅତିଥି ଭାବେ ଭୈରବୀ ମହୋତ୍ସବର ସଭାପତି ଅଶୋକ ଅଗ୍ରୱାଲ,ବୟନିକାର ରାଜ୍ୟ ସଭାପତି ଶ୍ରୀ ପ୍ରକାଶ ମେହେର ଯୋଗଦେଇଥିଲେ। ତେବେ ଶେଷ ଦିନରେ ପ୍ରଥମେ ଶ୍ରୀ ଜଗନ୍ନାଥଙ୍କ ପ୍ରତିମୂର୍ତ୍ତୀରେ ମାଲ୍ୟାର୍ପଣ କରାଯିବ ପରେ ସଭକlର୍ଯ୍ୟ ଆରମ୍ଭ ହୋଇଥିଲା।
ଏହି କାର୍ଯ୍ୟକ୍ରମରେ ଅତିଥି ମାନେ ଭୈରବୀ ମହୋତ୍ସବର ଭବ୍ୟତା ସମ୍ପର୍କରେ ଆଲୋକପାତ କରିଥିଲେ। ମହୋତ୍ସବକୁ ଆୟୋଜନ କରିବାରେ ମୂଖ୍ୟ ଭୂମିକା ନିର୍ବାହ କରିଥିବା ବ୍ୟକ୍ତି ମାନଙ୍କୁ ଅତିଥିମାନଙ୍କ ଦ୍ଵାରା ସମ୍ମାନିତ କରାଯାଇଥିଲା। ହଜାର ହଜାର ସଂଖ୍ୟାରେ ଲୋକ ଭୈରବୀ ମହୋତ୍ସବରେ ଯୋଗଦେଇଥିଲେ। ଏକାଧିକ ଷ୍ଟଲ୍ ରେ ବିଭିନ୍ନ ପ୍ରକାରର ଜିନିଷ କିଣିବାକୁ ଲୋକମାନେ ଭିଡ଼ ଜମାଇଥିବା ଦେଖିବାକୁ ମିଳିଥିଲା। ବିଶେଷ କରି ଖାଦ୍ୟ ଷ୍ଟଲ୍ ମାନଙ୍କରେ ସର୍ବାଧିକ ଗହଳି ପରିଲକ୍ଷିତ ହୋଇଥିଲା। ଏହାସହିତ ବିଶିଷ୍ଟ ସମ୍ବଲପୁରୀ ଗାୟକ ରୁକୁ ସୁନା ଓ ଗାୟିକା ଅର୍ଚ୍ଚନା ପାଢ଼ୀଙ୍କ ଦ୍ଵାରା ସୁମଧୁର ସମ୍ବଲପୁରୀ ସଙ୍ଗୀତ ଓ ନୃତ୍ୟର ତାଳେ ତାଳେ ଦର୍ଶକ ମାନେ ଝୁମି ଉଠିଥିଲେ।