ଭିଜିଲାନ୍ସ ଜାଲରେ କରଞ୍ଜିଆ ତହସିଲଦାର ଚାର୍ଲସ ନାୟକ l ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢ଼ାଉ କରିଛି ଭିଜିଲାନ୍ସ। ତହସିଲଦାର ଚାର୍ଲସ ନାୟକଙ୍କ ଘର ସମେତ ସରକାରୀ କାର୍ଯ୍ୟାଳୟ ଓ ପୈତୃକ ଘରେ ଚଢଉ କରୁଛି କଟକ ଭିଜିଲାନ୍ସ ଟିମ୍।
ପ୍ରାପ୍ତ ଖବର ଅନୁଯାୟୀ, ଆଜି ସକାଳ ୭ଟାରୁ ତହସିଲଦାର ଚାର୍ଲସ ନାୟକଙ୍କ କରଞ୍ଜିଆ ସ୍ଥିତ ସରକାରୀ ବାସଭବନ ସ କରଞ୍ଜିଆ ସ୍ଥିତ ତହସିଲ ଅଫିସରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଛି। ଏହା ସହିତ ଚାର୍ଲସଙ୍କ ଭଦ୍ରକ ସ୍ଥିତ ଘରେ ମଧ୍ୟ ଚଢ଼ାଉ କରାଯାଇଛି। କରଞ୍ଜିଆ ତହସିଲ କାର୍ଯ୍ୟାଳୟ ପରିସରରେ ଭିଜିଲାନ୍ସର ସ୍ୱତନ୍ତ୍ର ଟିମ୍ ଚଢ଼ଉ ଜାରି ରଖିଛି । ଚାର୍ଲସ ନାୟକ ପୂର୍ବରୁ ବାଲେଶ୍ବର ଜିଲ୍ଲା ସୋରରେ ତହସିଲଦାର ଥିବା ବେଳେ ମଧ୍ୟ ଦୁର୍ନୀତି କରିଥିବାର ଅଭିଯୋଗ ପରେ ତାଙ୍କୁ ଦୂର ଜିଲ୍ଲାକୁ ବଦଳି କରାଯାଇଥିଲା। ତେବେ ପୁଣି ପ୍ରାୟ ବର୍ଷକ ତଳେ ସେ କରଞ୍ଜିଆ ତହସିଲଦାର ଭାବେ ବଦଳି ହୋଇ ଆସିଥିଲେ। ତାଙ୍କ ପୈତୃକ ଘର ଭଦ୍ରକ ଜିଲ୍ଲା ଧାମନଗର ଅଞ୍ଚଳରେ ବୋଲି ସୂଚନା ରହିଛି। ତେବେ ବର୍ତ୍ତମାନ ଚଢ଼ାଉ ଜାରି ରହିଥିବା ବେଳେ ଚାର୍ଲସ ନାୟକ କେତେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିଛନ୍ତି, ସେ ତଥ୍ୟ ଆସିପାରି ନାହିଁ।