ଭୁବନେଶ୍ୱର ଅଜଣା ପାର୍ସଲକୁ ନେଇ ରାଜଧାନୀ ଏକ୍ସପ୍ରେସରେ ଆତଙ୍କ ଖେଳିଯାଇଛି। ଦିଲ୍ଲୀରୁ ଭୁବନେଶ୍ୱର ଆସୁଥିବା ରାଜଧାନୀ ଏକ୍ସପ୍ରେସରେ ଭୟଭୀତ ଯାତ୍ରୀ । ଝାଡ଼ଖଣ୍ଡରେ RPF ପକ୍ଷରୁ ଯାଞ୍ଚ ପରେ ବି କିଛି ସନ୍ଧାନ ମିଳିନାହିଁ । ତେବେ ସେହି ପାର୍ସଲ ମଧ୍ୟରେ କ’ଣ ରହିଛି ତାହା ଜଣାପଡିନାହିଁ ।
ସୂଚନା ଅନୁଯାୟୀ ଏହି ଅଜଣା ପାର୍ସଲଟି ଟ୍ରେନରେ ବି-1 ବଗିରେ ଜଣେ ଯାତ୍ରୀଙ୍କ ନଜରରେ ପଡିଥିଲା। ତୁରନ୍ତ ଯାତ୍ରୀମାନେ ଏହି ସମ୍ପର୍କରେ RPF କର୍ମଚାରୀଙ୍କୁ ଜଣାଇ ଦେଇଥିଲେ । ଏହାପରେ ଅଧିକାରୀ ମାନେ ପାର୍ସଲଟିର ପ୍ରାଥମିକ ଯାଞ୍ଚ ଆରମ୍ଭ କରିଥିଲେ । ତେବେ ଏହା ଭିତରେ ଥିବା ଅଜଣା ବସ୍ତୁକୁ ନେଇ ଯାତ୍ରୀ ଭୟଭୀତ ହୋଇଯାଇଥିଲେ। ତେଣୁ ରାଜଧାନୀ ଏକ୍ସପ୍ରେସକୁ ପରବର୍ତ୍ତୀ ପ୍ରମୁଖ ଷ୍ଟେସନରେ ଅଟକାଇବାକୁ ନିର୍ଦ୍ଦେଶ ଦିଆଯାଇଥିଲା, ଯେଉଁଠାରେ ସନ୍ଦିଗ୍ଧ ପାର୍ସଲକୁ ସୁରକ୍ଷିତ ଭାବରେ ଅବତରଣ କରାଯାଇପାରିବ।
ତେବେ ପରବର୍ତ୍ତୀ ଷ୍ଟେସନରେ ଟ୍ରେନ୍ ପହଞ୍ଚିବା ପରେ, RPF ଅଧିକାରୀମାନେ ସାବଧାନତାର ସହ ପ୍ୟାକେଜ୍ଟିକୁ ବାହାରକୁ ନେଇଥିଲେ ଏବଂ ଏହାକୁ ଏକ ତନତନ ଯାଞ୍ଚ ପାଇଁ ସୁରକ୍ଷିତ ରଖିଲେ । ପାର୍ସଲକୁ ବାହାର କରିବା ପରେ ହିଁ ଟ୍ରେନ୍କୁ ଭୁବନେଶ୍ୱର ଅଭିମୁଖେ ଯାତ୍ରା ଆରମ୍ଭ କରିବାକୁ ରେଳବାଇ ପକ୍ଷରୁ ଅନୁମତି ଦିଆଯାଇଥିଲା।