ନୂଆଦିଲ୍ଲୀ: ହିନ୍ଦୁ ଧର୍ମର ଆଲୋକର ପର୍ବ ଦୀପାବଳିକୁ ବିଶ୍ୱ ମାନ୍ୟତା ମିଳିଛି । ୟୁନେସ୍କୋ ଅମୂଲ୍ୟ ଐତିହ୍ୟ ତାଲିକାରେ ସ୍ଥାନ ପାଇଛି ଭାରତର ଦୀପାବଳି । ଏ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋସିଆଲ୍ ମିଡ଼ିଆ ଏକ୍ସରେ ସୂଚନା ଦେଇଛନ୍ତି ।
ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, ଭାରତରେ ଥିବା ଏବଂ ବିଶ୍ୱରେ ଥିବା ଲୋକେ ବହୁତ ଉତ୍ସାହିତ । ଆମ ପାଇଁ ଦୀପାବଳି ଆମର ସଂସ୍କୃତି ଓ ନୀତି ସହିତ ବହୁତ ଘନିଷ୍ଠ ଭାବରେ ଜଡ଼ିତ । ଏହା ଆମ ସଭ୍ୟତାର ଆତ୍ମା । ଏହା ଆଲୋକ ଏବଂ ଧାର୍ମିକତାକୁ ପ୍ରତିପାଦିତ କରେ । ୟୁନେସ୍କୋ ଅମୂଲ୍ୟ ଐତିହ୍ୟ ତାଲିକାରେ ଦୀପାବଳି ଯୋଡ଼ି ହେବା ଉତ୍ସବର ବିଶ୍ୱ ଲୋକପ୍ରିୟତାକୁ ଆହୁରି ବୃଦ୍ଧି କରିବ । ପ୍ରଭୁ ଶ୍ରୀରାମଙ୍କ ଆଦର୍ଶ ଅନନ୍ତକାଳ ପାଇଁ ଆମକୁ ମାର୍ଗଦର୍ଶନ କରିଚାଲିଥାଉ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ।