ପୁରୀ: ପୁରୀ ଶ୍ରୀମନ୍ଦିରରେ ଦିବ୍ୟାଙ୍ଗ ପାଇଁ ହେବ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା । ଏଣିକି ଦିବ୍ୟାଙ୍ଗମାନେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ କରିବାରେ କୌଣସି ଅସୁବିଧାର ସମ୍ମୁଖୀନ ହେବେ ନାହିଁ । ଏଥିପାଇଁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. ଅରବିନ୍ଦ ପା଼ଢ଼ୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ପ୍ରାରମ୍ଭିକ ଆଲୋଚନା ହୋଇଛି । ଏହି ବୈଠକରେ ଶ୍ରୀମନ୍ଦିର ପରିଚାଳନା କମିଟି ସେବକ ସଦସ୍ୟଙ୍କ ସମେତ ବରିଷ୍ଠ ସେବକ ମଧ୍ୟ ନିମନ୍ତ୍ରିତ ସଦସ୍ୟ ଭାବରେ ଯୋଗ ଦେଇଥିଲେ ।
ତେବେ ଦିବ୍ୟାଙ୍ଗଙ୍କ ସୁବିଧା ପାଇଁ ପ୍ରସ୍ତାବିତ ମାର୍ଗଦର୍ଶିକା ଆଗାମୀ ଶ୍ରୀମନ୍ଦିର ଛତିଶା ନିଯୋଗ ବୈଠକରେ ଉପସ୍ଥାପନ କରାଯିବ । ପରିଚାଳନା କମିଟି ଅନୁମୋଦନ କ୍ରମେ ପ୍ରସ୍ତାବିତ ମାର୍ଗଦର୍ଶିକାକୁ କାର୍ଯ୍ୟକାରୀ କରାଯିବ ବୋଲି ଶ୍ରୀମନ୍ଦିର ମୁଖ୍ୟପ୍ରଶାସନ ଡ. ଅରବିନ୍ଦ ପାଢ଼ୀ ବୈଠକରେ ସୂଚନା ଦେଇଛନ୍ତି । ପୂର୍ବରୁ ବହୁଥର ଦିବ୍ୟାଙ୍ଗଙ୍କ ପ୍ରବେଶ ବ୍ୟବସ୍ଥା ପ୍ରସଙ୍ଗକୁ ନେଇ ଆଲୋଚନା ହୋଇଥିବାବେଳେ ବର୍ତ୍ତମାନ ଏଥିପାଇଁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. ଅରବିନ୍ଦ ପା଼ଢ଼ୀ ଆଗାମୀ ଶ୍ରୀମନ୍ଦିର ଛତିଶା ନିଯୋଗ ବୈଠକରେ ଦିବ୍ୟାଙ୍ଗଙ୍କ ମାର୍ଗଦର୍ଶିକା ଉପସ୍ଥାପନ କରାଯିବ ବୋଲି କହିଛନ୍ତି ।