ଭୁବନେଶ୍ୱର : ଆଜି ହେଉଛି ଆନ୍ତର୍ଜାତୀୟ ମାନବାଧିକାର ଦିବସ। ପ୍ରତିବର୍ଷ ଡିସେମ୍ୱର ୧୦ ତାରିଖରେ ମାନବାଧିକାର ଦିବସ ପାଳନ କରଯାଇଥାଏ। ମାନବିକ ଅଧିକାରର ଅର୍ଥ ହେଉଛି ଦୁନିଆରେ ବାସ କରୁଥିବା ପ୍ରତ୍ୟେକ ମାନବଙ୍କ ଦ୍ୱାରା ପ୍ରାପ୍ତ କିଛି ବିଶେଷ ଅଧିକାର, ଯାହା ସମସ୍ତଙ୍କୁ ବାନ୍ଧି ରଖିଥାଏ। ବିଶ୍ୱର ବିଭିନ୍ନ ପ୍ରାନ୍ତର ଲୋକଙ୍କୁ ତାଙ୍କର ସାମାଜିକ, ସାଂସ୍ମୃତିକ, ଶାରୀରିକ ଅଧିକାର ସମ୍ପର୍କରେ ସଚେତନ କରାଏ।
ମାନବ ଅଧିକାର କଣ:-
-ସରଳ ଶବ୍ଦରେ, ମାନବ ଅଧିକାର ଏପରି ଅଧିକାରକୁ ସୂଚିତ କରେ ଯାହା ଜାତି, ଲିଙ୍ଗ, ଜାତୀୟତା, ଭାଷା, ଧର୍ମ କିମ୍ବା ଅନ୍ୟ କୌଣସି ଆଧାରରେ ଭେଦଭାବ ନଥିବ।
-ମାନବ ଅଧିକାର ମୁଖ୍ୟତଃ ଜୀବନ ଏବଂ ସ୍ୱାଧୀନତାର ଅଧିକାର, ଦାସତ୍ୱ ତଥା ନିର୍ଯାତନାରୁ ମୁକ୍ତି, ଅଭିବ୍ୟକ୍ତିର ସ୍ବାଧୀନତା ଅଧିକାର ଏବଂ କାର୍ଯ୍ୟ ଏବଂ ଶିକ୍ଷା ଇତ୍ୟାଦି ଅନ୍ତର୍ଭୁକ୍ତ କରେ।
-ମାନବ ଅଧିକାର ବିଷୟରେ ନେଲସନ ମଣ୍ଡେଲା କହିଥିଲେ ଯେ, "ଲୋକଙ୍କୁ ମାନବ ଅଧିକାରରୁ ବଞ୍ଚିତ କରିବା ସେମାନଙ୍କ ମାନବିକତାକୁ ଚ୍ୟାଲେଞ୍ଜ କରେ।"
ମାନବିକ ଅଧିକାରର ସୁରକ୍ଷା ଆଇନ :-
୧୯୯୩ ମସିହାରୁ କେନ୍ଦ୍ରୀୟ ସ୍ତରରେ ଏକ ଜାତୀୟ ମାନବ ଅଧିକାର ଆୟୋଗ ଗଠନ ପାଇଁ ପଦକ୍ଷେପ ଗ୍ରହଣ କରାଯାଇଥିଲା। ଯାହା ସମ୍ବିଧାନରେ ପ୍ରଦତ୍ତ ମୌଳିକ ଅଧିକାରର ସୁରକ୍ଷା ତଥା ରାଜ୍ୟ ମାନବ ଅଧିକାର ଆୟୋଗ ଏବଂ ମାନବ ଅଧିକାର ନ୍ୟାୟାଳୟକୁ ମାର୍ଗଦର୍ଶନ କରିବ ଉଦ୍ଧିଷ୍ଟ ଥିଲା। ଏପରିକି ସମସ୍ତ ବ୍ୟକ୍ତିଙ୍କୁ ତାଙ୍କର ସମାନ ଅଧିକାର ରହିଛି ଯେଉଁଥିରେ ସେମାନେ ସମାଜ ସହିତ ମିଳିମିଶି ଜୀବନ ଜାପାନ କରିପାରିବେ।
ଅଧିକ ପଢନ୍ତୁ : ଥରୁଛି ଓଡିଶା : ରାଜ୍ୟରେ କମିବାରେ ଲାଗିଛି ତାପମାତ୍ରା