କଟକ: କଟକର ବାରବାଟୀ ଷ୍ଟାଡିୟମରେ ଖେଳା ଯାଇଥିବା ପ୍ରଥମ ଟି-୨୦ ମ୍ୟାଚରେ ଦକ୍ଷିଣ ଆଫ୍ରିକା ଶୋଚନୀୟ ପରାଜୟ ଭୋଗିଛି । ଦଳ ୭୪ ରନରେ ଅଲଆଉଟ୍ ହୋଇ ଭାରତଠୁ ୧୦୧ ରନରେ ପରାଜିତ ହୋଇଛି । ଏହା ପରେ ଦକ୍ଷିଣ ଆଫ୍ରିକାର ବ୍ୟାଟିଂ କୋଚ୍ ଏଶୱେଲ ପ୍ରିନ୍ସ ଦଳର ପରାଜୟ ପାଇଁ ବ୍ୟାଟରଙ୍କୁ ଦାୟୀ କରିଛନ୍ତି । ଭାରତର ମଜବୁତ ବୋଲିଂର ମୁକାବିଲା କରିବାରେ ବ୍ୟାଟର ବିଫଳ ହୋଇଛନ୍ତି ।
ଉଲ୍ଲେଖନୀୟ ଦକ୍ଷିଣ ଆଫ୍ରିକା ୧୭୬ ରନର ବିଜୟ ଲକ୍ଷ୍ୟ ପିଛା କରି ୧୨.୩ ଓଭରରେ ମାତ୍ର ୭୪ ରନରେ ଅଲଆଉଟ୍ ହୋଇଥିଲା । ଭାରତ ଓ ଶ୍ରୀଲଙ୍କାରେ ଆସନ୍ତା ବର୍ଷ ହେବାକୁ ଥିବା ଟି-୨୦ ବିଶ୍ୱକପ୍ ପୂର୍ବରୁ ଦକ୍ଷିଣ ଆଫ୍ରିକା ପାଇଁ ଏହା ଚିନ୍ତାର ବିଷୟ । ପ୍ରିନ୍ସ ମ୍ୟାଚ୍ ପରେ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି, ବ୍ୟାଟିଂ ଏକ ଏମିତି ବିଭାଗ ଯାହାକୁ ଯଥା ଶୀଘ୍ର ସୁଧାର କରିବାର ଆବଶ୍ୟକତା ରହିଛି।
ସେ କହିଛନ୍ତି, ଭାରତର ବୋଲିଂ ଆକ୍ରମଣ ବହୁତ ମଜବୁତ ଏବଂ ଆମ ବ୍ୟାଟରଙ୍କୁ କଡା ଆହ୍ୱାନ ଦେଇଥିଲେ । ଯାହାର ଜବାବ ଦେବାରେ ବିଫଳ ହେଲେ ଆମର ବ୍ୟାଟର । ଏହି ମ୍ୟାଚର ପରାଜୟ ପାଇଁ ପିଚରେ ଥିବା ଅତିରିକ୍ତ ବାଉନ୍ସକୁ ଦୋଷ ଦେଇ ବାହାନା କଲେ ଚଳିବ ନାହିଁ । କାରଣ ଦକ୍ଷିଣ ଆଫ୍ରିକା ନିଜ ମାଟିରେ ଏମିତି ବାଉନ୍ସିଂ ପିଚରେ ଖେଳି ଆସିଛି । ସେ ଏହା ମଧ୍ୟ କହିଛନ୍ତି, ଟି-୨୦ କ୍ରିକେଟରେ ୧୮୦ରୁ କମ ସ୍କୋରକୁ ହାସଲ କର।।ଯାଇ ପାରିବ । ପିଚରେ ଅତିରିକ୍ତ ବାଉନ୍ସ ଥିଲା ।
Also read: ବାରବାଟୀରେ ବଢ଼ିବ ସିଟ୍ ସଂଖ୍ୟା, ଷ୍ଟାଡିୟମର ହେବ ଉନ୍ନତି: ସଙ୍କେତ ଦେଲେ ମୁଖ୍ୟମନ୍ତ୍ରୀ