ପାରାଦ୍ୱୀପ ; ରାସ୍ତାରେ ଯଗିବ ସର୍ଭେଲାନ୍ସ କ୍ୟାମେରା..ସାବାଡ୍ ହେବେ ମଦ୍ୟପ ଟ୍ରକ୍ ଚାଳକ । ଲାଇସେନ୍ସ ରଦ୍ଧ ହେବା ସହ ବନ୍ଧା ହେବେ ମାଲିକ । ଯଗିବ ଆର୍ଟିଓ ସର୍ଭେଲାନ୍ସ କ୍ୟାମେରା । ଆଇନ କି ଉଲଂଘନ କଲେ ମାଲିକଙ୍କ ଆକାଉଣ୍ଟରୁ କଟିବ ମୋଟା ଅଙ୍କର ଜୋରିମାନା ସହ ଚାଳକର ରଦ୍ଧ ହେବ ଲାଇସେନ୍ସ । ଏନେଇ ପାରାଦୀପ ସର୍କିଟ ହାଉସ ଠାରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ଉଚ୍ଚ ସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଶିଳ୍ପ ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁଙ୍କ ସଭାପତିତ୍ବରେ ଜିଲ୍ଲାପାଳ ଜେ ସୋନାଲଙ୍କ ନେତୃତରେ ପାରାଦୀପ ବନ୍ଦର ପ୍ରାଧିକରଣର ଉଚ୍ଚପଦସ୍ଥ ଅଧିକାରୀ ଓ ପାରାଦୀପ ରେ ଥିବା ବିଭିନ୍ନ ଶିଳ୍ପାଞ୍ଚଳର ଅଧିକାରୀ ଓ ବିଭିନ୍ନ ଟ୍ରକ୍ ମାଲିକ ସଂଘର କର୍ମକର୍ତା ମାନଙ୍କୁ ନେଇ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି ।
ଆଗାମୀ ଦିନରେ ଦୁର୍ଘଟଣାକୁ କିଭଳି ଭାବରେ ରୋକାଯାଇ ପାରିବ ସମସ୍ତଙ୍କ ମିଳିତ ପ୍ରୟାସରେ ଦୁର୍ଘଟଣାକୁ ରୋକା ଯାଇ ପାରିବ ସେଥିପାଇଁ ଜଗତସିଂହପୁର ଜିଲ୍ଲା ଏସ୍ପିଙ୍କୁ କଡା ଚେତାବନି ଦେଇଛନ୍ତି ଶିଳ୍ପ ମନ୍ତ୍ରୀ ବା ସ୍ଥାନୀୟ ବିଧାୟକ ସମ୍ପନ୍ଦ ଚନ୍ଦ୍ର ସ୍ୱାଇଁ । କାରଣ ମରଣ ଯନ୍ତା ପାଲଟିଛି ଚଣ୍ଡିଖୋଲ ପାରାଦ୍ଵୀପ ଜାତିୟ ରାଜପଥ। ବେଲଗାମ୍ ଧାଡି ଭଙ୍ଗା ଆଇରନ ଟ୍ରକ କବଳରେ ପାରାଦ୍ଵୀପ ବନ୍ଦର ପ୍ରବେଶ ପଥ ଯାହାକୁ ନେଇ ଆକ୍ସନ୍ ମୁଡରେ ଜିଲ୍ଲା ପ୍ରଶାସନ।