ଦଶପଲ୍ଲା ସବ୍ ଜେଲର ବିଚାରାଧୀନ କଏଦୀଙ୍କ ମୃତ୍ୟୁ
Khabar Odisha:State-Odisha-An-under-trail-prisoner-passed-away-in-nayagarh
ନୟାଗଡ଼, ଜାନୁଆରୀ ୧୯ (ଖବର ଓଡ଼ିଶା):

ନୟାଗଡ଼ ଜିଲ୍ଲା ଦଶପଲ୍ଲା ସବ୍ ଜେଲ୍‌ରେ ଥିବା ଜଣେ ବିଚାରାଧୀନ କଏଦୀଙ୍କ ମୃତ୍ୟୁ ଘଟିଛି। ଦଶପଲ୍ଲା ପୋଲିସ ଓ ତହସିଲଦାର ଡାକ୍ତରଖାନାରେ ପହଞ୍ଚି ଘଟଣାର ତଦନ୍ତ କରିଛନ୍ତି ।

ସୂଚନା ଅନୁସାରେ, ଗତକାଲି ରାତିରେ ଦଶପଲ୍ଲା ସବ୍ ଜେଲ୍‌ରେ ଥିବା ଜଣେ ବିଚାରାଧୀନ କଏଦୀ କୃଷ୍ଣ ଅସୁସ୍ଥ ଅନୁଭବ କରିଥିଲେ। ଅବସ୍ଥା ଗୁରୁତର ହେବାରୁ ଜେଲ୍ କର୍ତ୍ତୃପକ୍ଷ ତାଙ୍କୁ ଦଶପଲ୍ଲା ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ତେବେ ଆଜି ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ମୃତ ବିଚାରାଧୀନ କଏଦୀଙ୍କ ନାଁ କୃଷ୍ଣ ପାତ୍ର ଓ ତାଙ୍କ ଘର ବାଣିଗୋଛାରେବୋଲି ଜଣାପଡ଼ିଛି । ଜଣେ ସମ୍ପର୍କୀୟଙ୍କୁ ମରାଣାନ୍ତକ ଆକ୍ରମଣ ମାମଲାରେ କିଛି ଦିନ ତଳେ କୃଷ୍ଣ ପାତ୍ର ଓ ତାଙ୍କ ସ୍ତ୍ରୀଙ୍କୁ ପୋଲିସ ଗିରଫ କରିଥିଲା। ସ୍ୱାମୀ ଓ ସ୍ତ୍ରୀ ଉଭୟ ଦଶପଲ୍ଲା ସବ୍ ଜେଲ୍‌ରେ ବିଚାରାଧୀନ କଏଦୀ ଥିଲେ । ମୃତକ ଦୁଇମାସ ହେବ ସେ ଜେଲ୍‌ରେ ଥିଲେ। ତାଙ୍କ ସ୍ତ୍ରୀ ଏବେ ବି ଦଶପଲ୍ଲା ସବ୍ ଜେଲ୍‌ରେ ବିଚାରାଧୀନ କଏଦୀ ଭାବେ ଅଛନ୍ତି । ଖବର ପାଇ ଦଶପଲ୍ଲା ପୋଲିସ ଓ ତହସିଲଦାର ଡାକ୍ତରଖାନାରେ ପହଞ୍ଚି ଘଟଣାର ତଦନ୍ତ କରିଛନ୍ତି।

  • Tags:

Subscribe

National International State Sports Entertainment